ସମ୍ବାଦ ସାହିତ୍ୟ ଘର ର ମାସିକ କବିତା ଆସର
ଛତ୍ରପୁର ତା ୧୫/୧୨/୨୫(ଅରୁଣ କୁମାର ପଣ୍ଡା )ସମ୍ବାଦ ସାହିତ୍ୟ ଘର , ଛତ୍ରପୁର ତରଫରୁ ଡ଼ଃ. ରାଜେନ୍ଦ୍ର କୁମାର ଦାସଙ୍କ ସଭାପତିତ୍ୱରେ ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ଠାରେ ମାସିକ କବିତା ଆସର ଓ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଡ଼ଃ.ପ୍ରଶାନ୍ତ କୁମାର ଶତପଥୀ, ପ୍ରାକ୍ତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ ତ୍ରିପାଠୀ, ଶିକ୍ଷାବିତ୍ ସୋମନାଥ ସାହୁ ମଞ୍ଚାସିନ ହୋଇ ଓଡ଼ିଆ ସାହିତ୍ୟକୁ ଭଲ ପାଇବା ଓ ପ୍ରଚାର ଓ ପ୍ରସାର ଦିଗରେ ଆମ ଭୂମିକା ଉପରେ ଆଲୋକପାତ କରିଥିଲେ l କବି ଚିତ୍ତରଞ୍ଜନ ପଣ୍ଡା, ତୁଳସୀରାମ ମେହେର, ଅଜିତ କୁମାର ସେଠୀ, ଦେବାଶିଷ ପାଣିଗ୍ରାହୀ,ଉମାକାନ୍ତ ବେହେରା, ଯତିରାଜ ନାୟକ, ଟି. ରାମାନୁଜ ଦାସ, ରାମଚନ୍ଦ୍ର ନନ୍ଦ ଏବଂ ଆହୁରି ଅନେକ କବି ଯୋଗ ଦେଇ ସ୍ୱରଚିତ କବିତା ପଠନ କରିଥିଲେ l କବି ତୁଳସୀରାମ ମେହେର କବିତା ସଂଯୋଜନା କରିଥିଲେ ଏବଂ ଛତ୍ରପୁର ସମ୍ବାଦ ପ୍ରତିନିଧି ବସନ୍ତ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ l
