July 24, 2026
IMG-20251215-WA0091
Share

 

 

ସମ୍ବଲପୁର,୧୫. ୧୨():ଡନ୍ ବୋସ୍କୋ ଟେକ୍ ସମ୍ବଲପୁର ଦ୍ୱାରା ଡିବି ଟେକ୍ ୨୦ ବର୍ଷ ପାଳନ ଅବସରରେ ଗଡମୁଣ୍ଡା ଗାଁରେ କୌଶଳ ସଚେତନତା ଓ ଡେମୋ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

 

ଏହାକୁ ସରିତା କୁଝୁର ଓ କେନ୍ଦ୍ର ର ଦିଲୀପ କୁମାର ବେହେରା, ସରଦା ପ୍ରସାଦ ନନ୍ଦ, ଲାଲଗୋପାଳ ନନ୍ଦ, ଇଶାକା ପ୍ରଧାନ ଓ ଦୋଳଗୋବିନ୍ଦ ବିଶୋଇ ଙ୍କ ନେତୃତ୍ୱରେ ସଫଳତାର ସହ ଆୟୋଜିତ ହୋଇଥିଲା।

 

ଏଥିରେ ଗେଷ୍ଟ ସର୍ଭିସ୍ ଅସୋସିଏଟ୍, ଗ୍ରାଫିକ୍ ଡିଜାଇନର୍‌ ଓ ଆଇଟି କଷ୍ଟମର୍ କେୟାର୍ ଇକ୍ସେକୁଟିଭ୍ ଭଳି କାର୍ଯ୍ୟର ପ୍ରଶିକ୍ଷଣ ସହିତ ସହଜ ପ୍ରାକ୍ଟିକାଲ୍ ଡେମୋ ପ୍ରଦର୍ଶନ କରାଯାଇରହିଲା।ଏଥିରେ ମୋଟ ୪୫ ଜଣ ସ୍ଥାନୀୟ ଯୁବକ ଓ ଗ୍ରାମବାସୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ତାଲିମ ସୁଯୋଗ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ।। କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଯୁବମାନଙ୍କୁ ବୃତ୍ତିମୂଳକ ପ୍ରଶିକ୍ଷଣ ପ୍ରତି ଉତ୍ସାହିତ କରି ଭବିଷ୍ୟତ ପାଇଁ ଆର୍ଥିକ ମାନଦଣ୍ଡରେ ଠିଆ କରାଯିବାକୁ ସାହାଯ୍ୟ କରିବା।

You may have missed