April 24, 2026

ପଣ୍ଡରାମାଲି ମହାସଂଘର ୧୧ତମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

IMG-20251215-WA0066
Share

 

 

ସୁବର୍ଣ୍ଣପୁର, ରବିବାର ଦିନ ପଣ୍ଡରା ସମାଜ, ସୋନପୁର ମହାକେନ୍ଦ୍ରର ସୋନପୁର ଉପକେନ୍ଦ୍ର ଆନୁକୂଲ୍ୟରେ ଧୋବାବାହାଲି ଛନ୍ଚାଣଡୁଙ୍ଗୁରୀସ୍ଥ ଶ୍ରୀ ଯୋଗେଶ୍ୱର ବାବା ମନ୍ଦିରରେ ପ୍ରାଦେଶିକ ପଣ୍ଡରା ମହାସଂଘ, ଓଡ଼ିଶାର ୧୧ତମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ସଭାପତି ଶ୍ରୀ ରସରାଜ ସାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସଙ୍ଗଠନ ସମ୍ପାଦକ ବିରେନ୍ଦ୍ର ପ୍ରସାଦ ଦେହୁରୀଙ୍କ ପୌରହିତ୍ୟରେ ଦୌଲଥ ସା ମଞ୍ଚକୁ ଅତିଥିଙ୍କୁ ନିମନ୍ତ୍ରିତ କଲାପରେ ହେମନ୍ତ ସା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବୁଦ୍ଧଦେବ ବିଶି ପୂର୍ବସଭାର ବିବରଣୀ ପ୍ରଦାନ କରିବା ପରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏହାପରେ ସମାଜର ଉନ୍ନତି ପାଇଁ ଉପସ୍ଥିତ ସମାଜର ବୁଦ୍ଧିଜୀବୀଙ୍କ ସୁନ୍ଦର ପ୍ରସ୍ତାବ ସହ ଏକକ ଚଳଣୀ ଉପରେ ଆଲୋଚନା କରାଯାଇଥିଲା । ସମସ୍ତ ଅତିଥିଙ୍କ ମତାମତ ସହ ଏକକ ଚଳଣୀ ଚିଠା ପ୍ରସ୍ତାବକୁ ସର୍ବସମ୍ମତ୍ତି କ୍ରମେ ଗ୍ରହଣ କରିବାର ଘୋଷଣା କରିଥିଲେ ରାଜ୍ୟ ଉପସଭାପତି ଶ୍ରୀ ସୁରେନ୍ଦ୍ର ଖମାରୀ । ପରିଶେଷରେ ସୋନପୁର ମହାକେନ୍ଦ୍ରର ସମ୍ପାଦକ ଗୋପାଳ ସା ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ ହୋଇଥିଲା । ଏହି ଉପଲକ୍ଷେ ନୂତନ ପଣ୍ଡରାଭବନ, ସୋନପୁରର ନିର୍ମାଣ ପାଇଁ ପୂଜା କରାଯାଇଥିଲା । ସମାଜ ର ରାଜ୍ୟ ସ୍ତରୀୟ ସମସ୍ତ କର୍ମକର୍ତା ଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲାର ର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ l

You may have missed