April 24, 2026

ସୋମବାର ଆରମ୍ଭ ହେବ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ, ଜାଣନ୍ତୁ କେଉଁ ସବୁ ଦେଶକୁ ଯିବେ

IMG-20251215-WA0002
Share

 

 

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ଡିସେମ୍ବର ସୋମବାରଠାରୁ ୪ ଦିବସୀୟ ବିଦେଶ ଗସ୍ତରେ ଯିବେ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତର ଉଦ୍ଦେଶ୍ୟ ଦ୍ୱିପାକ୍ଷୀୟ ଭାଗିଦାରୀକୁ ମଜଭୁତ କରିବା ସହିତ ବାଣିଜ୍ୟ, ରକ୍ଷା ଓ ଆଞ୍ଚଳିକ ସୁରକ୍ଷାକୁ ପ୍ରୋତ୍ସାହିତ କରିବା। ଏହି କ୍ରମରେ ପ୍ରଧାନମନ୍ତ୍ରୀ ୧୫ ଓ ୧୬ ଡିସେମ୍ବରରେ ଜୋର୍ଡାନ ରାଜା ଅବଦୁଲ୍ଲା ଦ୍ୱିତୀୟ ବିନ ଅଲ ହୁସୈନଙ୍କ ସହିତ ଦ୍ୱିପାକ୍ଷୀୟ ବାର୍ତ୍ତା କରିବେ।

 

୧୬ ଓ ୧୭ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ଇଥିଓପିଆ ଗସ୍ତରେ ରହିବେ ଓ ଗସ୍ତର ଶେଷ ପର୍ଯ୍ୟାୟରେ ୧୭-୧୮ ଡିସେମ୍ବରରେ ଓମାନ ଯିବେ। ବିଦେଶ ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ସୂଚନା ଦେଇଛନ୍ତି। ମନ୍ତ୍ରାଳୟଙ୍କ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଜୋର୍ଡାନ ଗସ୍ତ ଦୁଇ ଦେଶଙ୍କ ସମ୍ପର୍କକୁ ମଜଭୁତ କରିବ। ଏହା ଦ୍ୱାରା ଭାରତ-ଜୋର୍ଡାନ ମଧ୍ୟରେ ଆର୍ଥିକ ସହଯୋଗ ବଢିବ। ଡିସେମ୍ବର ୧୬ ତାରିଖରେ ପ୍ରଧାନମନ୍ତ୍ରୀ ଇଥିଓପିଆ ଅଭିମୁଖେ ଯାତ୍ରା କରିବେ। ପୂର୍ବ ଆଫ୍ରିକୀୟ ଦେଶ ଇଥିଓପିଆକୁ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ କାର୍ଯ୍ୟକ୍ରମ।

 

ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଦିସ ଆବାବାରେ ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମଦ ଅଲୀଙ୍କ ସହ ଦ୍ୱିପାକ୍ଷୀୟ ବାର୍ତ୍ତା କରିବେ। ଇଥିଓପିଆ ପରେ ପ୍ରଧାନମନ୍ତ୍ରୀ ଡିସେମ୍ବର ୧୭ ତାରିଖରେ ଓମାନ ଗସ୍ତରେ ଯିବେ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଓମାନ ସୁଲତାନ ହୈଥମ ବିନ ତାରିଖଙ୍କୁ ଭେଟିବେ। ଭାରତ-ଓମାନ ସମ୍ପର୍କକୁ ୭୦ ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଓମାନ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୩ ପରେ ପ୍ରଧାନମନ୍ତ୍ରୀଙ୍କ ଏହା ଦ୍ୱିତୀୟ ଓମାନ ଯାତ୍ରା କାର୍ଯ୍ୟକ୍ରମ।