April 25, 2026

ବିହାରରେ ସରିଲା, ଏବେ ବଙ୍ଗ’, ସେଠାରେ ଜଙ୍ଗଲରାଜର ମୂଳପୋଛ ହେବ; ପ୍ରଧାନମନ୍ତ୍ରୀ କହିଲେ ବଡ଼ କଥା..

IMG-20251115-WA0030
Share

 

 

 

 

ନୂଆଦିଲ୍ଲୀ,୧୫/୧୧; ବିହାରରେ ଏନ୍‌ଡିଏର ସୁନାମିରେ ଭାସି ଯାଇଛି ମହାମେଣ୍ଟ । ବିଧାନସଭା ନିର୍ବାଚନ ଫଳାଫଳ ସ୍ପଷ୍ଟ କରିଛି ଯେ ରାଜ୍ୟରେ ପୁଣି ଏନ୍ଡିଏ ସରକାର ଗଠନ ହେବ । ରାଜ୍ୟର ମୋଟ ୨୪୩ଟି ଆସନ ମଧ୍ୟରୁ ୨୦୨ଟି ଆସନରେ ଜିତି ଏନ୍ଡିଏ ରେକର୍ଡ କରିଛି । ବିଜେପି ସର୍ବାଧିକ ୮୯ଟି ଆସନ ପାଇ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି । ମହାମେଣ୍ଟର ଖାତାକୁ ମାତ୍ର ୩୫ଟି ଆସନ ଯାଇଛି । ଏନ୍ଡିଏର ଏହି ସଫଳତାକୁ ସୁଶାସନର ଜିତ୍ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ବିହାରରେ ହୋଇଗଲା ଏବଂ ନେକ୍ସଟ୍ ବେଙ୍ଗଲ ବୋଲି ବଡ଼ ବାର୍ତ୍ତା ଦେଇଛନ୍ତି । ଅର୍ଥାତ ୨୦୨୬ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ଏହି ସଫଳତ ଦୋହରାଇବ ଏବଂ ସେଠାରୁ ‘ଜଙ୍ଗଲରାଜ’ର ମୂଳପୋଛ କରିଦେବ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ପଶ୍ଚିମବଙ୍ଗ ବିଜେପି ସୋସିଆଲ ମିଡିଆ ଏକ୍ସରେ ନେକ୍ସଟ୍ ୱେଷ୍ଟ ବେଙ୍ଗଲ୍‌ ବୋଲି ଲେଖିଛି ।

 

 

ବିହାର ବିଜେପି ପରେ ନୂଆଦିଲ୍ଲୀସ୍ଥିତି ବିଜେପି ମୁଖ୍ୟାଳୟରେ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ” ଥରେ ଭାବନ୍ତୁ ଆଜି ଗୋଟିଏ ନିର୍ବାଚନରେ ଆମକୁ ଯେତିକି ଆସନ ମିଳିଛି ନିକଟରେ ସରିଥିବା ୬ ବିଧାନସଭା ନିର୍ବାଚନଠୁ ଅଧିକ ସିଟ୍ ମିଳିଛି । କଂଗ୍ରେସର ରାଜନୀତିର ଅଧାର ଏବେ ନକରାତ୍ମକ ପିଲିଟିକ୍ସ ହୋଇଛି । କଂଗ୍ରସେ ଦେଶ ବଦଳରେ ଦେଶର ଶତ୍ରୁଙ୍କୁ ଆଗକୁ ଆଣୁଛି । ସଂସଦର ସମୟ ନଷ୍ଟ କରୁଛି, ଭୋଟ୍ ଚୋରି ମିଛ ବିବାଦ ଉଠାଉଛି, ଇସିଆଇଙ୍କୁ ଗାଳି ଦେଉଛି । କଂଗ୍ରେସ ପାଖରେ ଦେଶ ପାଇଁ ପିଜିଟିଭ୍ ଭିଜନ ନାହିଁ । ସତ କଥା ହେଉଛି ଆଜି କଂଗ୍ରେସ ମୁସଲିମ୍ ଲିଗ୍ ମାଓବାଦୀ କଂଗ୍ରେସ ହୋଇଛି । କଂଗ୍ରେସର ଆଉ ଗୋଟିଏ ବଡ଼ ବିଭାଜନ ହେବ । ଏ ବିଜୟ ଏକ ନୂଆ ଯାତ୍ରାର ଆରମ୍ଭ । ଆଗାମୀ ୫ ବର୍ଷ ବିହାର ଆହୁରି ଦ୍ରୁତ ଗତିରେ ଆଗକୁ ବଢିବ ।”

 

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ”ବିହାରବାସୀଙ୍କ ଭରସା ମୋର ପ୍ରଣ । ତୁମମାନଙ୍କ ଆଶା ମୋର ସଂକଳ୍ପ, ତୁମ ଆକାଂକ୍ଷା ମୋର ପ୍ରେରଣା । ଆମେ ଏକାଠୀ ହୋଇ ଏମିତି ଏକ ବିହାର ବନାଇବା ଯାହା ସମୃଦ୍ଧ ଏବଂ ବିକଶିତ ହେବ । ଏହି ବିଜୟ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ କେରଳ, ତାମିଲନାଡୁ, ଆସାମ ଏବଂ ପଶ୍ଚିମବଙ୍ଗକୁ ନୂଆ ଉର୍ଜାରେ ଭରି ଦେଇଛି । ଗଙ୍ଗା ନଦୀ ବିହାରରେ ବହି ବେଙ୍ଗଲରେ ପହଞ୍ଚିଛି । ବିହାର ବେଙ୍ଗଲରେ ଭାଜପାର ବିଜୟ ବାଟ ପ୍ରସ୍ତତ କରିଛି । ବଙ୍ଗ ଭାଉଭଉଣୀଙ୍କୁ ଆଶ୍ୱସନା ଦେଉଛି ଭାଜପା ତୁମ ସହ ମିଶି ପଶ୍ଚିମବଙ୍ଗରେ ‘ଜଙ୍ଗଲରାଜ’ର ମୂଳପୋଛ କରିବ ।”

​​​​​​​କ’ଣ କହିଲା ଟିଏମ୍‌ସି ?- ପ୍ରଧାନମନ୍ତ୍ରୀଙ୍କ ଏହି ଦାବିକୁ ନେଇ ପାଲଟା ଆକ୍ରମଣ କରିଛି ତୃଣମୂଳ କଂଗ୍ରେସ । ଏହାକୁ ଭ୍ରମ ଧାରଣା ବୋଲି କହି ଦଳ କହିଛି, ମମତା ବାନାର୍ଜୀ ୨୦୨୬ରେ ମୋଟ ୨୯୪ରୁ ୨୫୦ ଆସନ ଜିତି ସରକାର ଗଠନ କରିବେ । ଟିଏମ୍‌ସି ପ୍ରବକ୍ତା କୃଣାଳ ଘୋଷ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନରେ କହିଛନ୍ତି ବେଙ୍ଗଲ ରାଜନୀତିର ଖରାପ ବୁଝମଣାକୁ ଦର୍ଶାଉଛି । ବିଜେପିର ଘୃଣା ରାଜନୀତିକୁ ବାରମ୍ବାର ପ୍ରତ୍ୟାଖାନ କରିଛନ୍ତି ବଙ୍ଗବାସୀ । ରାଜ୍ୟରେ ବିଜେପିର ଜିତିବା ସ୍ୱପ୍ନ ଏକ ଭ୍ରମ । ଯେପରି କଇଁଛ ନିଜ ପିଠିରେ ବସିବାକୁ ଚାହୁଁଛନ୍ତି । ବଙ୍ଗଳାର ସିଂହୀ ସେମାନଙ୍କ ପାଇଁ ଅପେକ୍ଷା କରିଛି । ପଶ୍ଚିମଙ୍ଗରେ ଜଙ୍ଗଲରାଜ ଚାଲୁନାହିଁ । ୨୦୨୬ରେ ମମତା ବାନାର୍ଜୀ ହିଁ ମୁଖ୍ୟମନ୍ତ୍ରୀ ହେବେ ।”

ବିହାରରେ ଏନ୍‌ଡିଏର ମାଷ୍ଟରଷ୍ଟ୍ରୋକ୍ । ୨୦୦ରୁ ଅଧିକ ଆସନ ଜିତି ଏନ୍ଡିଏ ହାସଲ କରିଛି ପ୍ରଚଣ୍ଡ ବିଜୟ । ଏନ୍ଡିଏ ସୁନାମୀ ପଛରେ ବଡ଼ କାରକ ରହିଛି ବିଜେପିର ୯୦%ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ । ମୋଦି ଫ୍ୟାକ୍ଟରରେ ସ୍ଥିତି ମଜଭୁତ କରିଛି ଜେଡିୟୁ । ଅନ୍ୟପକ୍ଷରେ ଏହି ରାଜ୍ୟରେ ଚିତ୍ପଟାଙ୍ଗ ମାରିଛି ମହାମେଣ୍ଟ । କଷ୍ଟେମଷ୍ଟେ ୩୫ ଆସନ ବି ଟପି ପାରିନି ବିରୋଧୀ ମେଣ୍ଟ । ଆରଜେଡି, କଂଗ୍ରେସ ଏବଂ ବାମଦଳର ସ୍ଥିତି ଦୋହଲି ଯାଇଛି ।