ସିଗମା ପବ୍ଲିକ ସ୍କୁଲ ରେ ଶିଶୁ ଦିବସ ପାଳିତ।

ଖୋର୍ଦ୍ଧା: (ପ୍ରିୟଙ୍କା ମହାପାତ୍ର)ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ। ବର୍ତ୍ତମାନ ମୋବାଇଲ ର ଅପ ବ୍ୟବହାର ଏବଂ ସାଇବର ଅପରାଧୀ ଙ୍କ କେବଳ ରେ ପଡ଼ି ଜନ ସାଧାରଣ ନିଜର ସଞ୍ଚିତ ଧନ କୁ ହରାଉଛନ୍ତି। ଶିଶୁ ଦିବସ ପାଳନ ଅବସର ରେ ସାଇବର ଅପରାଧ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ଶିଗମା ପବ୍ଲିକ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ସହର ପରିକ୍ରମା କରିଥିଲେ । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ଅନାଦି ଚରଣ ସେଠୀ, ଏସ ଡି ପି ଓ ନିହାର ରଂଜନ ପ୍ରଧାନ ଏବଂ ଆଦର୍ଶ ଥାନା ଅଧିକାରୀ ସଞ୍ଜୟ କୁମାର ନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆୟୋଜିତ ରାଲି କୁ ଶୁଭାରମ୍ଭ କରିବା ସହ ଜନସାଧାରଣ ଙ୍କୁ ସାଇବର ଅପରାଧ କୁ ରୋକିବା ଦିଗରେ ସଚେତନତା କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ ଙ୍କ ପୌରହିତ୍ୟ ରେ ଆୟୋଜିତ ଉତ୍ସବରେ ଖୋର୍ଦ୍ଧା ପୌରଧକ୍ଷା କନକଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ସୋର୍ୟ୍ଯ ରଂଜନ ମହାନ୍ତି, କାଉନସିଲର ପ୍ରବିଣା ଜଗଦେବ ରାୟ, କାଉନସିଲର ଅଜିତ ମହାପାତ୍ର , ସାମ୍ବାଦିକ ପ୍ରଭାତ ପାଣିଗ୍ରାହୀ, ପ୍ରକାଶ କୁମାର ହାତୀ ପ୍ରମୁଖ ଯୋଗ ଦେଇ ଶିଶୁ ଦିବସ ର ମହତ୍ତ୍ଵ ଏବଂ ଆଜିର ଡିଜିଟାଲ ଯୁଗରେ ଶିକ୍ଷା ପ୍ରଦାନ କ୍ଷେତ୍ର ରେ ଶିକ୍ଷା ଅନୁଷ୍ଠାନ ର ଶିକ୍ଷକ ମାନେ ଗୁରୁତ୍ଵ ଦେବା ଉଚିତ୍ ବୋଲି ମତ ପ୍ରକାଶ କରିଥିଲେ। ଛାତ୍ରୀ ଆଦ୍ୟାସା ମହାପାତ୍ର ଙ୍କ ସଂଯୋଜନାରେ କୁନି କୁନି ଶିଶୁ ମାନେ ବିଭିନ୍ନ ଫାନ୍ସୀ ଡ୍ରେସ ରେ ସଜ୍ଜିତ ହୋଇ ବିଭିନ୍ନ ପ୍ରଦର୍ଶନ କରିଥିଲେ। ଏଥି ପୂର୍ବରୁ ବାର୍ଷିକ କ୍ରୀଡା ଉତ୍ସବ ରେ କୃତିତ୍ୱ ଅର୍ଜନ କରିଥିବା ବାଲ୍ କ୍ରୀଡାବିତ୍ ମାନଙ୍କୁ ଅତିଥି ମାନେ ମେଡାଲ ଏବଂ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।
