October 21, 2026

କେ ଏମ୍ ଏନ୍ ଆର୍ ଆଞ୍ଚଳିକ ଦୁଗ୍ଧ ସଂଗଠନ ତରଫରୁ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ

IMG-20231115-WA0006
Share

କେ ଏମ୍ ଏନ୍ ଆର୍ ଆଞ୍ଚଳିକ ଦୁଗ୍ଧ ସଂଗଠନ ତରଫରୁ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ

ରାମନାଗୁଡା ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଭାମିନି ପଞ୍ଚାୟତର ଗୁମୁଡା ଠାରେ କେ ଏମ୍ ଏନ୍ ଆର୍ ଆଞ୍ଚଳିକ ଦୁଗ୍ଧ ସଂଗଠନ (ଓମଫେଡ) ତରଫରୁ ଏକ ପ୍ରାଣୀଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିର ମୁଖ୍ୟ ଅତିଥି ଡାକ୍ତର ଆଲୋକ କୁମାର ଆଚାର୍ଯ୍ୟ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀଗୁଣୁପୁରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେଇଥିଲା l ଏହି ଶିବିରରେ ୧୦୫ ଗୋଟି ଗାଈ,ବାଛୁରୀ,ବଳଦ ଓ ମଇଁଷି ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଉପଯୁକ୍ତ ଔଷଧ ବଣ୍ଟନ କରାଯାଇଥିଲା।ଏହି ଶିବିରରେ ସମ୍ମାନିତ ଅତିଥି ଭାବରେ କେ.ଏମ. ଏନ୍.ଆର. ଦୁଗ୍ଧ ସଂଗଠନର ସାଧାରଣ ପରିଚାଳକ ଶ୍ରୀଯୁକ୍ତ ଅଜିତ କୁମାର ଖେସ ଯୋଗ ଦେଇ ପ୍ରାଣୀ ଚିକିତ୍ସା ଶିବିରର ଅଗ୍ରଗତି ଅନୁଧ୍ୟାନ କରି ଉପସ୍ଥିତ ଗୋପାଳକଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ବନ୍ଦୋବସ୍ତ କରିବା ପାଇଁ ପ୍ରତିଶୃତି ଦେଇଥିଲେ।ଡାକ୍ତର କୃଷ୍ଣାନନ୍ଦ ବେହେରା,ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ,ରାମନାଗୁଡ଼ା ଓ ଡାକ୍ତର ପାର୍ଥସାରଥୀ ସ୍ୱାଇଁ,ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ,ରାମନାଗୁଡ଼ା ଉପସ୍ଥିତ ପ୍ରାଣୀ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।ଉକ୍ତ ଶିବିରରେ ଶ୍ରୀଯୁକ୍ତ ପବିତ୍ର ମୋହନ ଦାସ,ୟୁନିଟ ଇଞ୍ଚାର୍ଜ, ରାୟଗଡ଼ା,ଶ୍ରୀଯୁକ୍ତ ସୁକାନ୍ତ କୁମାର ଲେଙ୍କା,ସୁପର ଭାଇଜର ବି.ଏମ.ସି,ଗୁମୁଡ଼ାରବୃନ୍ଦାବନ ଗୌଡ଼ ବି ଏମ୍ ସି ଇନଚାର୍ଜ ଉପସ୍ଥିତ ରହି କାର୍ଯକ୍ରମ ପରିଚାଳନା କରିଥିଲେ।ଉକ୍ତ ଶିବିରରେ ଗୁମୁଡ଼ା ପ୍ରାଣୀଧନ ନିରୀକ୍ଷକ କରୁଣାକର ଶବର ଓ ଭାମିନୀ ପ୍ରାଣୀଧନ ନିରୀକ୍ଷକ ଅଜିତ କୁମାର ମହାଙ୍କୁଡ ସହଯୋଗ କରିଥିଲେ।

ରିପୋର୍ଟ ସଞ୍ଜିବ କୁମାର ଦାଶ

You may have missed