October 15, 2026

ମାତୃପୁରୀରେ ଭ୍ରାମ୍ୟମାଣ ସଂଗ୍ରହାଳୟ ପ୍ରଦର୍ଶନୀ

IMG-20261015-WA0081
Share

 

 

 

ବରଗଡ,

 

ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲାଦରପାଲି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ ପରିସରରେ ଅନ୍ତର୍ଜାତୀୟ ଡାକ ସପ୍ତାହ ତଥା ପୂର୍ବତନ ରାଷ୍ଟ୍ରପତି ବୈଜ୍ଞାନିକ ଶ୍ରୀ ଏପିଜେ ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରକୃତି ପ୍ରେମ,ବରଗଡ଼ ଓ ମୁଁ ବି ସମର୍ଥ , ଭୁବନେଶ୍ଵରର ମିଳିତ ସହଯୋଗରେ ଲିମକା ବୁକ୍ ଅଫ୍ ରେକର୍ଡଧାରୀ ବିଶିଷ୍ଟ ସଂଗ୍ରାହକ ଡ. ସତ୍ୟ କେତନ ମହାନ୍ତିଙ୍କ ନେତୃତ୍ୱରେ ଏକ ଭ୍ରାମ୍ୟମାଣ ସଂଗ୍ରହାଳୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଯାଇଅଛି। ଏହାକୁ ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ ଲୋକଗୀତ ଗାୟକ ଶ୍ରୀ ବିଭୂତି ଭୂଷଣ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଡ.ଜିତେନ୍ଦ୍ର ହରିପାଲ, ସମ୍ମାନୀତ ଅତିଥି ଭାବେ ମୁଁ ବି ସମର୍ଥ ର ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ବକ୍ସି, ବିଶିଷ୍ଟ ସମାଜସେବୀ ଶ୍ରୀ ସୁଧୀର ବୋହିଦାର, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ସଙ୍ଗୀତଜ୍ଞ ଶ୍ରୀ ମୋତିଲାଲ ଦୋରା, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଧର୍ମରାଜ ପ୍ରଧାନ, ସମାଜ ସେବୀ ଶ୍ରୀ ଅଶ୍ୱିନୀ ମେହେର, ବରଗଡ଼ ସାମ୍ବାଦିକ ସଂଘର ସଭାପତି ଶ୍ରୀ ସୁରେନ୍ଦ୍ର ହୋତା, ଚଳଚିତ୍ର ନିର୍ଦେଶକ ଶ୍ରୀ ଲିଟୁ ମହାନ୍ତି,ଶ୍ରୀ ଲଳିତ ମୋହନ ମେହେର ,ଅନୁଷ୍ଠାନର ସଂପାଦକ ଶ୍ରୀ କୃଷ୍ଣଚନ୍ଦ୍ର ପ୍ରଧାନ,ସଭାପତି ଶ୍ରୀ ଶେଷଦେବ ନାଏକ, କୋଷାଧ୍ୟକ୍ଷ ଶ୍ରୀ ଜୟ ପ୍ରକାଶ ଅଗ୍ରୱାଲ,ପରିଚାଳନାସଭ୍ୟ ଅମିତ୍ କୁମାର ମିଶ୍ର, ଶ୍ରୀ ଭରତ ଚୌହାନ,ଅଧ୍ୟକ୍ଷ ଶ୍ରୀ ବବୃବାହନ ମିଶ୍ର ଯୋଗ ଦେଇ ସଂଗ୍ରହାଳୟରେ ପ୍ରଦର୍ଶିତ ସାମଗ୍ରୀ ଗୁଡିକର ଉଚ୍ଚ ପ୍ରଶଂସା କରିବା ସହ ସଂଗ୍ରାହକ ଶ୍ରୀ ସତ୍ୟ କେତନ ମହାନ୍ତିଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ଶ୍ରୀ ସରୋଜ କୁମାର ରଥଙ୍କ ପରିଚାଳନା ତଥା ଶିକ୍ଷକ ଶ୍ରୀ ନିରଞ୍ଜନ ପସାୟେତଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯକ୍ରମରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ପ୍ରଦର୍ଶନୀ କୁ ବୁଲିବା ସହ ଆଖପାଖ ଅଞ୍ଚଳର ବହୁ ବୁଦ୍ଧିଜୀବୀ ତଥା ବିଭିନ୍ନ ଅନୁଷ୍ଠାନରୁ ଛାତ୍ରଛାତ୍ରୀ ପ୍ରଦର୍ଶନୀକୁ ବୁଲିଥିଲେ । କାର୍ଯକ୍ରମ ପରିଚାଳନାରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଭାଇ ଅପା ସକ୍ରିୟ ସହଯୋଗ କରିଥିବାବେଳେ ଉପାଧ୍ୟକ୍ଷ ଶ୍ରୀ ଯତୀନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।