October 15, 2026

ସରଣ୍ଡାପାଲିରେ ଆଂଚଳିକ ସାଧନା କେନ୍ଦ୍ର ସ୍ତରୀୟ ଶିଶୁ ମୋହତ୍ସବ ସୁରଭି କାର୍ଯ୍ୟକ୍ରମ – ୨୦୨୬

IMG-20261015-WA0064
Share

 

 

ବରପାଲି-୧୫/୧୦(ସୁଦାମ ଦୀପ) ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସରଣ୍ଡାପାଲି ହାଇସ୍କୁଲରେ ସରଣ୍ଡାପାଲି କ୍ଲଷ୍ଟରରେ ଆଜି ତା ୧୫/୧୦/୨୬ ଗୁରୁବାର ଦିନ ଆଂଚଳିକ ସାଧନା କେନ୍ଦ୍ର ସ୍ତରୀୟ ଶିଶୁ ମୋହତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟ କ୍ରମରେ ସ୍ଥାନୀୟ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ନାରାୟଣ ବିଶ୍ଵାଳଙ୍କ

ସଭାପତିତ୍ୟରେ କାର୍ଯ୍ୟ କ୍ରମ ପରିଚାଳିତ ହୋଇଥିଲା l ସମୃଦ୍ଧ ଭାଷା ଓଡିଶା , ସମୃଦ୍ଧ ଓଡିଶା ବିଷୟରେ ଅତିଥି ମାନେ ଆଲୋକପାତ କରିଥିଲେ l ବିଭିନ୍ନ ପ୍ରତିଯୋଗୀତା ମାନ ଆୟୋଜନ ହୋଇଥଲା l ଉକ୍ତ କାର୍ଯ୍ୟ କ୍ରମରେ ବରପାଲି ବ୍ଲକ ଶିକ୍ଷା ଅଧିକାରୀ ଆଲୋକ ପଧାନ ସରଣ୍ଡାପାଲି କ୍ଲଷ୍ଟର ସ୍ତରୀୟ ସିଆରସିସି ଅଶୋକ ସାହୁ,ଏବିଓ ଦୁର୍ଯ୍ୟଧନ ସିଂ, ଯୋଶବନ୍ତ ପୁଝାରୀ , ଅବସର ପ୍ରାପ୍ତ ଶିକ୍ଷକ ଓ ବିଭିନ୍ନ ସ୍କୁଲ୍ ରୁ ଆସିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ l ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟ କ୍ରମମାନ ପରିବେଷିତ ହୋଇ ଥିଲା l କୃତି, ଅର୍ଜନ କରିଥିବା ଛାତ୍ର, ଛାତ୍ରୀଙ୍କୁ ପୁରସୃତ୍ କରାଯାଇଥିଲା l ଶେଷରେ ଧିରେନ୍ଦ୍ର ବିଶ୍ଵାଳ ଧନ୍ୟବାଦ୍ ଦେଇଥିଲେ l

You may have missed