ଖବର କାଗଜ ରେ ଆଉ ଖବର ବାହାରି ବ ନାହିଁ ରଜନୀ ଙ୍କ ଖବର

ଗଞ୍ଜାମ – ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ଗ୍ରାମର ଯୁବ ଖବରଦାତା ରଜନୀ ରେଡି (38 ବର୍ଷ )ଙ୍କ ଗତ କାଲି ବିଳମ୍ବିତ ରାତିରେ ଅକାଳ ବିୟୋଗ ଘଟିଛି l ଡାଇବେଟିସ ରୋଗରେ ଆକ୍ରାନ୍ତ ହୋଇ ଏକ ସପ୍ତାହ ଧରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିଚିତ ହେଉଥିଲେ l ଗତ କାଲି ପରଲୋକ ହୋଇଛି l ଖବର ପ୍ରଚାରିତ ହେବl ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା l , ୟୁନିଟ ହେଡ଼ ଅଜୟ ଗୁପ୍ତା,ମାନବ ସମ୍ବଳ ଅଧିକାରୀ ନିରଜପଟ୍ଟନାୟକ,ଦୁର୍ଯ୍ୟୋଧନ ରେଡି, ,ପ୍ରେସକ୍ଳବ ସଭାପତି ଶବର କୁମାର ତରାଇ ,ଜିଲ୍ଲାପରିଷଦ ସନାତନ ବେହେରା ,ରାକେଶ ଦାସ, ପୂର୍ବତନ ବ୍ଲକ ଉପାଧ୍ୟାକ୍ଷ ଭାଗ୍ୟ ରେଡି, ପୂର୍ବତନ ସରପଞ୍ଚ ଶ୍ୟାମା ରେଡିଙ୍କ , ମୋନଜ ପ୍ରଧାନ,ସମେତ ବହୁ ମାନ୍ୟଗନ ବ୍ୟକ୍ତି ସ୍ବର୍ଗତ ରଜନୀଙ୍କ ବାସଭବନ ଯାଇ ଶେଷ ଦର୍ଶନ କରିବା ସହ ଶୋକ ସଂମତ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି l ସ୍ବର୍ଗତ ରଜନୀ ସହର ନିକଟସ୍ଥ ଗ୍ରାସୀମ କମ୍ପାନୀର ସୁରକ୍ଷା କର୍ମଚାରୀ ଭବେ କାର୍ଯ୍ୟରତ ଥିବା ବେଳେ ଯୁବ ସଂଗଠକ ଓ ଖବରଦାତା ଭାବେ ସେ ବେଶ ଜଣାଶୁଣା ଥିଲେ l
