September 21, 2024

ବ୍ଲକ ସ୍ତରୀୟ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

Share

 

ପଦ୍ମପୁର :-15.09(ଜୟନ୍ତ କୁମାର ସେଠ)ରବିବାର ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନୂତନ ପେନସନ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ରାଜବୋଡାସମ୍ବର ବ୍ଲକର ବ୍ଲକ ସ୍ତରୀୟ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ସଭାପତି ରଘୁନାଥ ପୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ରାଜବୋଡା ସମ୍ବର ବ୍ଲକର, ଗୋଷ୍ଟୀଶିକ୍ଷା ଅଧିକାରୀ ଲୋକ ନାଥ ଭୁଏ , ସମ୍ମାନୀତ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବପ୍ରସାଦ ଯୋଶୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମସିଂ ଭୋଇ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପାଣିଗ୍ରାହୀ ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ବଳନ,ବାକଦେବୀ ସରସ୍ବତୀ ଓ ବିଦ୍ୟା ଦାତା ଗଣେଶଙ୍କ ତୈଳ ଚିତ୍ର ଉପରେ ମାଲ୍ୟlର୍ପଣକରି ବିଦାୟୀ ଶିକ୍ଷକ ମାନଙ୍କର ସ୍ମୃତି ଚାରଣ ଓ ସୁସ୍ଥ ନିରାମୟ ଜୀବନ କାମନା କରିଥିଲେ l ଶିକ୍ଷକ ସୁରେଶ ସିଂ ଚୌହାନ ଉଧେଶ୍ୟ ଜ୍ଞାପନ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ l ସୁରେନ୍ଦ୍ର ସାହୁଙ୍କ ମ୍ୟୁଜିକ,ରଚନା ଓ ସଂଯୋଜନା ମମତା ମିଶ୍ରଙ୍କ ନେତୃତ୍ୱରେ ପ୍ରଭାତୀ ପଟ୍ଟନାୟକ, ବାସନ୍ତୀ ସାହୁ, ସୁନିତା ଦାଶ, କରିସ୍ମା ସାହୁ ବିଦାୟୀ ସଂଗୀତ ଗାନ କରିଥିଲେ l ଶିକ୍ଷୟିତ୍ରୀ ସ୍ବର୍ଣ୍ଣକାନ୍ତି ପତି ଓ ଭାରତୀ କଣ୍ଟା ମଞ୍ଚ ପରିଚାଳନା କରିଥିଲେ l ସମ୍ପାଦକ ରୂପକ ସାହୁ ସମ୍ପାଦକିୟ ବିବରଣୀ ପଠନ କରିଥିଲେ l ଅବସର ପ୍ରାପ୍ତ ଶିକ୍ଷକ ଭରତ ଚନ୍ଦ୍ର ସାହୁ, ମୋହନ ଲାଲ ସାହୁ,ମାୟାଧର ପଣ୍ଡା, କନକ ଲତା ପାଢ଼ୀ, ଦୀପ୍ତିମୟୀ ଦାଶ, ଦlଶରଥୀ ପ୍ରଧାନ, ଧର୍ମାନନ୍ଦ ବେହେରା ଓ ଡମ୍ବରୁଧର ସାହୁଙ୍କୁ ଅତିଥି ମାନେ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ୱର୍ଦ୍ଧିତ କରିଥିଲେ l ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ଛାତ୍ରୀମାନେ ଗଣେଶ ବନ୍ଦନା ଓ ସମ୍ବଲପୁରୀ ଲୋକ ନୃତ୍ୟ ପ୍ରଦର୍ଶନ କରିଥିଲେ l ଚିତ୍ତରଞ୍ଜନ ବିଶି, ରାଜେନ୍ଦ୍ର ମହାନ୍ତି, ମମତା ମିଶ୍ର, ଜି. ସସ୍ମିତା ଦୋରା, ଲତିକା ବିଶି ସମ୍ବର୍ଦ୍ଧନା ପତ୍ର ପଢିଥିଲେ l ବୀର କିଶୋର ସାହୁ, ଶାନ୍ତନୁ ସରାପ, ମନୋଜ ସାହୁ, ପ୍ରଦୀପ ସାହୁ, ସୁଦାମ ପ୍ରଧାନ, ଦେବାନନ୍ଦ ତୁରିଆ, ପ୍ରମୁଖ ସମଗ୍ର କାର୍ଯ୍ୟକ୍ରମକୁ ପ ରିଚାଳନା କରିଥିଲେ l ପ୍ରସାଦ ବ୍ୟବସ୍ଥାରେ ମୁକୁନ୍ଦ ମେହେର, ଲକ୍ଷ୍ମଣ ମେହେର, ଘନଶ୍ୟାମ ସାହୁ, ଭୀଷ୍ମ ବାରିକ ଥିଲେ l ପରିଶେଷରେ ଦଶରଥ କଲେତ ଧନ୍ୟବାଦ ଅର୍ପଣ କରିଥିଲେ l