September 21, 2024

ଦଣ୍ଡଯାତ୍ରା ମହାସଂଘର ବୈଠକ ; ଅଭିନେତ୍ରୀଙ୍କ ପାଇଁ ପାଉଣା ଧର୍ଯ୍ୟ 

Share

 

 

 

ବେଲଗୁଣ୍ଠା, 15/09,ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରାକୁ ଆଉ ମାତ୍ର ପାଖାପାଖି ଛଅ ମାସ ବାକି ରହିଥିବା ବେଳେ ବର୍ତ୍ତମାନ ଠାରୁ ଗଞ୍ଜାମଜିଲ୍ଲା ଦଣ୍ଡନାଚ ମହାସଂଘ ଅଧିନସ୍ଥ ଭଞ୍ଜନଗର,ବେଲଗୁଣ୍ଠା ଓ ଜଗନ୍ନାଥପ୍ରସାଦ ବ୍ଳକର ଦଣ୍ଡନାଚ ମହାସଂଘର ଏକ ମିଳିତ ବୈଠକ ଆଜି ବେଲଗୁଣ୍ଠା ପ୍ରଭୁ ଶ୍ରୀ ନୁରସିହଂନାଥଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ଯାଇଛି I ଗଞ୍ଜାମ ଜିଲ୍ଳା ଦଣ୍ଡନାଚ ମହାସଂଘ ସଭାପତି ଶିବରାମ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସମ୍ପାଦକ ଶରତଚନ୍ଦ୍ର ସାହୁ,ଜିଲ୍ଳା ଉପଦେଷ୍ଟା ଚକ୍ରଧର ଜେନା,ତନରଡା ଜୋନ୍ ସଂଯୋଜକ ପ୍ରତାପ ବିଷୋୟୀ,ବେଲଗୁଣ୍ଠା ବ୍ଳକ୍ ସଂଯୋଜକ ଏସ୍ ଭାସ୍କର ପାତ୍ର, ନୁଆଁ ଗାଁ ସହ ସଂଯୋଜକ ଦେବାଶିଷ ଗୌଡ଼, ଭଞ୍ଜନଗର ବ୍ଳକ୍ ସଂଯୋଜକ ସାଧୁ ଚରଣ ସ୍ୱାଇଁ,ବେଲଗୁଣ୍ଠା ଉପଦେଷ୍ଟା ସନ୍ତୋଷ କୁମାର ପଣ୍ଡା,ପ୍ରଶାନ୍ତ କୁମାର ସାହୁ,ଜିଲୁଣ୍ଡି ସହସଂଯୋଜକ ହେମନ୍ତ କୁମାର ପଣ୍ଡା ଏବଂ ବେଲଗୁଣ୍ଠା ଖଦାଳ ସାହି କାଳୀ ମନ୍ଦିର ପୂଜକ ଲିଙ୍ଗରାଜ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I ମହାସଂଘର ବୈଠକରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ରାତ୍ରରେ ଦଣ୍ଡନାଚ କମିଟି ପକ୍ଷରୁ

ପରିବେଷଣ କରାଯାଉଥିବା ନାଟକରେ ହେଉଥିବା ଅଶ୍ଳୀଳ ନୃତ୍ୟକୁ ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘ ନିନ୍ଦା କରିବା ସହ ଘୋର ବିରୋଧ କରିଛି ! ତିନିଗୋଟି ବ୍ଳକରୁ ଆସିଥିବା ବୁଦ୍ଧୀଜିବି ତଥା ଆଈନଜିବି ମାନେ ମଧ୍ୟ ଏହାକୁ ବିରୋଧ

କରିବା ସହ ନିନ୍ଦା କରିଛନ୍ତି I ତେଣୁ ଦଣ୍ତନାଚ ସମୟରେ ଅଶ୍ଳୀଳ ନୃତ୍ୟ ନକରିବା ପାଇଁ ଆଜି ଜିଲ୍ଲାର ସମସ୍ତ ଦଣ୍ଡକମିଟିଙ୍କୁ ଅନୁରୋଧ କରିଛି ଜିଲ୍ଳା ମହାସଂଘ I ଏହା ସହିତ ଦିନକୁ ଦିନ ନାରୀ ଅଭିନେତ୍ରୀଙ୍କ ଅହେତୁକ ପାଉଣା ବୃଦ୍ଧିକୁ ମହାସଂଘ ନାପସନ୍ଦ କରିବା ସହ ନାରୀ ଅଭିନେତ୍ରୀଙ୍କ ପାଇଁ ଦିନ ଅନୁସାରେ ପାଉଣା ଧାର୍ଯ୍ୟ କରାଯାଇଛି I ନାରୀ ଅଭିନେତ୍ରୀଙ୍କ ପାଇଁ ତେର ଦିନିଆ ଦଣ୍ଡ ନାଚରେ 44 ହଜାରରୁ 47 ହଜାର ଟଙ୍କା, 18 ଦିନିଆ ଦଣ୍ଡ ନାଚରେ 50 ରୁ 55 ହଜାର ଟଙ୍କା ଏବଂ 21 ଦିନିଆ ଦଣ୍ଡନାଚରେ 55 ରୁ 63 ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି I ସେହିପରି ବୈଠକରେ ଚଳିତ ବର୍ଷର ଦଣ୍ଡଯାତ୍ରା ପାଇଁ ଧାର୍ଯ୍ୟ କରାଯାଇଥିବା ପଞ୍ଚୁଦଣ୍ଡ ଏବଂ ଅଷ୍ଟ ଦଣ୍ଡର ନିୟମାବଳୀ ସମ୍ପର୍କରେ ଆଲୋଚନା କରାଯାଇଥିଲା I

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ