April 26, 2026

ନବରଙ୍ଗପୁର ଜିଲ୍ଲା ଝରିଗାଁ ରେ ଏକ ଦିବ୍ୟାଙ୍ଗ ପରିବାରର ଦୁଃଖ…….

IMG-20240915-WA0057
Share

 

 

ଝରୀଗାଁ:-(ଏମ୍.ଦିନା°ଶୁ ଆଚାରୀ) ଦୁର୍ଗମ ଅଞ୍ଚଳ ରେ ବସବାସ କରୁଥିବା ବାସହରା ଏକ ଦିବ୍ୟଙ୍ଗ ପରିବାରର ଦୁଃଖଦ କାହାଣୀ।ଟିକମ ବିଶି, ଜଣେ ଦିବ୍ୟାଙ୍ଗ, ଦୃଷ୍ଟିହୀନ। ବଣର ମଲ୍ଲୀ ଭଳି ବନସ୍ତରେ ଫୁଟି ମହକୁଥିବା ବାପଛେଉଣ୍ଡ ପିଲା, ଏଇ ଦୁର୍ଗମ ଉପାନ୍ତ ନବରଙ୍ଗପୁର ଜିଲ୍ଲା ଝରୀଗାଁ ରେ ଏକ ଗରିବ ରୁ ଅତିଗରିବ ପରିବାର ରେ ତାଙ୍କର ଜନ୍ମ, ଜନ୍ମରୁ ସେ ଅନ୍ଧ କିନ୍ତୁ କେବେ କାହାର ବୋଝ ହୋଇ ସେ ରହିନାହାନ୍ତି ହୁଏତ ପରିବାର ର ବୋଝ ମୁଣ୍ଡେଇ ଦୁଇ ଓଳି ପରିବାର ର ପେଟକୁ ମୁଠାଏ ଦାନା ଯୋଗାଡ଼ କରିବାରେ ସେ ସକ୍ଷମ, ପରିବାର କହିଲେ ବର୍ତ୍ତମାନ ଦୁଇ ଭାଇ ଦୁଇ ଭଉଣୀ ଙ୍କ ସମେତ ମା, ମୋଟ ପାଞ୍ଚ ପ୍ରାଣୀ, ପରିବାରରେ ଯେ କେବଳ ଟିକମ ଜଣେ ଦିବ୍ୟାଙ୍ଗ ନୁହନ୍ତି ବାପା ମା ଙ୍କୁ ଛାଡିଦେଲେ ପରିବାରରେ ସମସ୍ତେ ଦିବ୍ୟାଙ୍ଗ। ବାପା ଯାହା କୁଲି ମଜୁରୀ କରି ପରିବାର ଚଳେଇ ଆସୁଥିଲେ, ହେଲେ ବାପା ଚାଲିଗଲା ପରେ ଟିକମ ଏବେ ସମ୍ଭାଳୁ ଛନ୍ତି ପରିବାର ର ସମସ୍ତ ଦାୟିତ୍ୱ, ଟିକମ ଙ୍କ ଆଖିକୁ ସିନା ଦେଖାଯାଉନି ହେଲେ ଭଗବାନ ଙ୍କ କୃପାରୁ ସୁଲଳିତ କଣ୍ଠ ରେ ଭାବପୂର୍ଣ୍ଣ ଜଗନ୍ନାଥ ଙ୍କ ଜଣାଣ ଗାଈ ଲୋକଙ୍କ ହୃଦୟ ଜିଣିଥାନ୍ତି ଆଉ ଲୋକଙ୍କ ଦାନ ରେ ତାଙ୍କ ଘରର ଚୁଲି ଜଳେ।ସମସ୍ତ ଙ୍କ ମନ ଜିଣିପାରୁଥିବା ଏଇ ଦିବ୍ୟାଙ୍ଗ ଟିକମ ର ଅସରନ୍ତି ଦୁଃଖ କହିଲେ ନସରେ, ଏକ ଭଙ୍ଗା ଦଦରା ଘରେ ପାଞ୍ଚପ୍ରାଣୀ ଅତି ଦୟନୀୟ ଜୀବନ ବିତାଉଥିବା ବେଳେ ଆଜି ପର୍ଯ୍ୟନ୍ତ ଏଇ ଦିବ୍ୟାଙ୍ଗ ପରିବାରକୁ ଘର ଖଣ୍ଡିଏ ମିଳିପାରିଲା ନାହିଁ, ଘର ବାହାର ର ଦୃଶ୍ୟ ଦେଖିବାକୁ ଯେପରି ଭିତର ପାର୍ଶ୍ଵ ମଧ୍ୟ ତଦ୍ରୁପ। ସମ୍ପତ୍ତି କହିଲେ କେଇ ଖଣ୍ଡ ବାସନ ମାତ୍ର, ବର୍ଷା ଋତୁ ଆସିଲେ ପ୍ରତିଦିନ ଘରସଜଡ଼ା ଆରମ୍ଭ ହୋଇଯାଏ, ବର୍ଷା ହେଲେ ଘରଭିତରେ ପାଣି ପଡି ଘରସାରା କାଦୁଅ ହୋଇଯାଉଥିବା ହେତୁ ନାହିଁନଥିବା ସମସ୍ୟା ଭୋଗିବାକୁ ପଡିଥାଏ ଏମାନଙ୍କୁ, ଗୋଟିଏ ପଟେ ପାଣି ପଡି କାନ୍ଥ ଭୁଶୁଡି ଯାଇଥିବା ବେଳେ ଜରିପାଲ ବାନ୍ଧି ଆଶ୍ରୟ ନେଇଥାନ୍ତି ଏଭଳି ବିପଦ ପୂର୍ଣ୍ଣ ଜୀବନ ବିତାଉଥିବା ପରିବାର ସରକାର ଙ୍କୁ ଘରଟିଏ ପାଇଁ ନିବେଦନକରିଛନ୍ତି,ଏଭଳିକି ଘରେ ପାଇଖାନା ଟିଏ ନଥାଇ ମଧ୍ୟ ଦିବ୍ୟାଙ୍ଗ ଟିକମ ର ପରିବାର ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି!

ତତ୍କାଳୀନ ବିଜେଡି ସରକାର ରେ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ କେବେ ବିଧାୟକ କେବେ ସାଂସଦ ଭାବେ କ୍ରମାଗତ କ୍ଷମତାରେ ରହିଆସିଥିଲେ ମଧ୍ୟ ଏଭଳି ପରିବାର କୁ କେବେ ସହଯୋଗର ହାତ ବଢ଼େଇ ନ ଥିବା ବାସ୍ତବିକ ଏକ ଦୁଃଖଦାୟକ ବୋଲି କୁହନ୍ତି ଲୋକେ ତେବେ ବର୍ତ୍ତମାନ ର ସରକାର ପ୍ରତି ଆଶା ବାନ୍ଧିରଖିଛନ୍ତି ଟିକମ ନୂଆଁ ସରକାର ଙ୍କ ନୂତନ କାର୍ଯ୍ୟପନ୍ଥା ଜରିଆରେ ଘରଟିଏ ପାଇବେ ବୋଲି