August 16, 2026

ଚାନ୍ଦପୁରରେ ଗୋପବନ୍ଧୁଙ୍କ ନିକଟରେ ସ୍ୱାଧୀନତା ଦିବସ ପାଳିତ

IMG-20260815-WA0053
Share

 

 

 

ଖୋର୍ଦ୍ଧା ( ପ୍ରିୟଙ୍କା ମହାପାତ୍ର): ୮୦ତମ ସ୍ୱାଧୀନତା ଦିବସ ଅବସରରେ ଚାନ୍ଦପୁରସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶଭକ୍ତିମୟ ପରିବେଶରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି।

ଏହି ଅବସରରେ ଛାତ୍ରଛାତ୍ରୀମାନେ ତ୍ରିରଙ୍ଗା ପତାକା ଧରି ଦେଶପ୍ରେମର ବାର୍ତ୍ତା ଦେବା ସହ ଗୋପବନ୍ଧୁ ଦାସଙ୍କ ଦେଶସେବା ଓ ତ୍ୟାଗମୟ ଜୀବନକୁ ସ୍ମରଣ କରିଥିଲେ। ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପୂରା ପରିବେଶ ଦେଶଭକ୍ତିର ଭାବନାରେ ଭରିଯାଇଥିଲା।ଏହି ଅବସରରେ ଛାତ୍ରଛାତ୍ରୀମାନେ ଦେଶର ଏକତା, ଅଖଣ୍ଡତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ସହ ଦେଶର ଉନ୍ନତିରେ ନିଜର ଯୋଗଦାନ ରଖିବାକୁ ସଂକଳ୍ପ ନେଇଥିଲେ।