August 16, 2026

କୋରାପୁଟରେ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ 

IMG-20260816-WA0052
Share

କୋରାପୁଟ, ୧୫/୦୮: କୋରାପୁଟ ସ୍ଥାନୀୟ ପୋଲିସ ପ୍ୟାରେଡ୍ ପଡ଼ିଆଠାରେ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସାହ, ଉଦ୍ଦୀପନା ଓ ଗରିମାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ ପରିଦର୍ଶନ କରିଥିଲେ।

 

ମନ୍ତ୍ରୀ ଶ୍ରୀ ସ୍ୱାଇଁ ତାଙ୍କ ଅଭିଭାଷଣରେ କହିଥିଲେ, “ଆମେ ଆଜି ସଂକଳ୍ପ ନେବା ଯେ, ଓଡ଼ିଶାକୁ ସମଗ୍ର ଭାରତରେ ଏକ ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ି ତୋଳିବା।” ରାଜ୍ୟର ସାମଗ୍ରିକ ବିକାଶ ଓ ନୂତନ ଓଡ଼ିଶା ଗଠନ ପାଇଁ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।

 

ସ୍ୱାଧୀନତା ଦିବସ ଅବସରରେ ପରେଡ୍ ପଡ଼ିଆରେ ଓଡ଼ିଶାର ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଫଟୋଚିତ୍ରକୁ ସ୍ୱତନ୍ତ୍ର ଭାବେ ପ୍ରଦର୍ଶନ କରାଯାଇଥିଲା। ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାସହିତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ଶାରୀରିକ କ୍ରୀଡ଼ା ଓ ପି.ଟି. ଡିସ୍ପ୍ଲେ ପ୍ରଦର୍ଶନ କରାଯାଇଥିଲା।

 

ପରେଡ୍ ପ୍ରତିଯୋଗିତାର ଫଳାଫଳ

 

ସିଭିଲିଆନ୍ ପରେଡ୍:

୧ମ – ପି.ଏମ୍. ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ଲାଣ୍ଡିଗୁଡା (NCC)

୨ୟ – ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, କୋରାପୁଟ (NCC)

୩ୟ – ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, କୋରାପୁଟ (ବାଳିକା)

 

ବରିଷ୍ଠ ସିଭିଲିଆନ୍ ପରେଡ୍:

୧ମ – ସେଣ୍ଟସ୍ ସ୍କୁଲ୍, କୋରାପୁଟ

୨ୟ – ପୋଲିସ୍ ହାଇସ୍କୁଲ୍, କୋରାପୁଟ

୩ୟ – ସ୍ୱାମୀ ବିବେକାନନ୍ଦ ବନଭାରତୀ ବିଦ୍ୟାପୀଠ, କୋରାପୁଟ (ବାଳିକା)

 

କନିଷ୍ଠ ସିଭିଲିଆନ୍ ପରେଡ୍:

୧ମ – ପୂଜାରୀପୁଟ ୟୁ.ପି. ସ୍କୁଲ୍, କୋରାପୁଟ (ବାଳିକା)

୨ୟ – ଦୃଷ୍ଟିବାଧିତଙ୍କ ବିଦ୍ୟାଳୟ, କୋରାପୁଟ

୩ୟ – ବିକାଶ ବିଦ୍ୟାଳୟ, କୋରାପୁଟ

 

ପି.ଟି. ଡିସ୍ପ୍ଲେ:

୧ମ – ସ୍ୱାମୀ ବିବେକାନନ୍ଦ ବନଭାରତୀ ବିଦ୍ୟାପୀଠ, କୋରାପୁଟ

୨ୟ – ସୋଭା ଆସ୍ଥା ଚିଲ୍ଡ୍ରେନ୍ ହୋମ୍, କୋରାପୁଟ

୩ୟ – ବିକାଶ ବିଦ୍ୟାଳୟ, କୋରାପୁଟ

 

ଶ୍ରେଷ୍ଠ ଲିଟିଲ୍ କମାଣ୍ଡର: ପ୍ରଭଞ୍ଜନ ଖିଲ୍ଲା, ଏସ୍.ଭି.ବି. ବିଦ୍ୟାପୀଠ, କୋରାପୁଟ।

 

ଶ୍ରେଷ୍ଠ ଶୃଙ୍ଖଳାବଦ୍ଧ ଦଳ: ପୁନମ୍ ତୁରୁକ୍, ବିକାଶ ବିଦ୍ୟାଳୟ, କୋରାପୁଟ (ବାଳିକା)।

 

ଟାବ୍ଲୋ ପ୍ରଦର୍ଶନ

 

୧ମ – ଓଡ୍ରାଫ୍ (ODRAF), କୋରାପୁଟ

୨ୟ – ଆଇ.ଟି.ଡି.ଏ., କୋରାପୁଟ

୩ୟ – ପର୍ଯ୍ୟଟନ ବିଭାଗ, କୋରାପୁଟ

 

ସରକାରୀ କାର୍ଯ୍ୟାଳୟର ଆଲୋକ ସଜ୍ଜା

 

ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଆକର୍ଷଣୀୟ ଆଲୋକ ସଜ୍ଜାରେ ସଜାଯାଇଥିଲା। ଏଥିରେ—

 

୧ମ – ଆଇ.ଟି.ଡି.ଏ., କୋରାପୁଟ

୨ୟ – ପଞ୍ଚାୟତ ସମିତି, କୋରାପୁଟ

୩ୟ – ପି.ଡି., କୋରାପୁଟ

 

ବିଭିନ୍ନ ବର୍ଗରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଦଳ ଓ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପୁରସ୍କୃତ କରିଥିଲେ।

 

କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ, କୋରାପୁଟ ଏସ୍‌ପି ଶ୍ରୀ ରୋହିତ ବର୍ମା, ଅତିରିକ୍ତ ଏସ୍‌ପି, କୋରାପୁଟ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବେଣୁଧର ଶବର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ତପନ କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନରେଶ ଚନ୍ଦ୍ର ସବର,ପିଏ ଆଇଟି ଡ଼ି ଏ ସ୍ନେହ ପ୍ରଭା ମାଝୀ.କୋରାପୁଟ ଉପଜିଲ୍ଲାପାଳ ଶ୍ରୀ ପ୍ରେମଲାଲ ହିଆଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ।

 

କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାଦବାଏବଂ କୋରାପୁଟ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ରାଧାରାଣୀ ସରକାର. ଶ୍ରୀମତୀ ସୁଭାଷିନୀ କରସୁଧା ପଟ୍ଟନାୟକ. ଟି ସୀମା ପାତ୍ର କାର୍ଯ୍ୟ କ୍ରମ ପରିଚଳନା କରିଥିଲେ କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.