୮୦ତମ ସ୍ୱାଧୀନତା ଦିବସରେ ନିରାକାରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ତ୍ରିରଙ୍ଗା ଉତ୍ତୋଳନ
ଖୋର୍ଦ୍ଧା–( ପ୍ରିୟଙ୍କା ମହାପାତ୍ର)୮୦ତମ ସ୍ୱାଧୀନତା ଦିବସ ଅବସରରେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିରାକାରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ କୋମଳମତି ରାଷ୍ଟ୍ରପ୍ରେମୀ ଛାତ୍ରଛାତ୍ରୀଙ୍କ ଗହଣରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା।
ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ରାଷ୍ଟ୍ର ସୁରକ୍ଷା ଓ ରାଷ୍ଟ୍ରହିତରେ କାର୍ଯ୍ୟ କରିବା ସହ ଭାରତ ମାତାର ସେବାରେ ନିଜକୁ ନିୟୋଜିତ କରିବାକୁ ଆହ୍ୱାନ ଦିଆଯାଇଥିଲା।ପରିଚାଳନା କମିଟିର ସମ୍ପାଦକ ଶ୍ରୀ ଅଜୟ କୁମାର ପାଇକରାୟଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ପ୍ରଧାନାଚାର୍ଯ୍ୟା ଶ୍ରୀମତୀ ଅନସୂୟା ମିଶ୍ରଙ୍କ ସମେତ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ସହକର୍ମୀ ଉପସ୍ଥିତ ଥିଲେ। ସେମାନଙ୍କ ସ୍ନେହ, ସହଯୋଗ ଓ ଆତିଥେୟତା ପାଇଁ ଅନେକ ଅନେକ ସାଧୁବାଦ ଜ୍ଞାପନ କରାଯାଇଛି।
