April 25, 2026

ଲରମ୍ଭା ମହାବିଦ୍ୟାଳୟ, ଲରମ୍ଭାର ପ୍ରତିଷ୍ଠା ଦିବସ

IMG-20250815-WA0064
Share

 

 

ବରଗଡ(ସୁରେନ୍ଦ୍ର କଠାର ଅତାବିରା

 

ବ୍ଲକ ସ୍ଥିତ ଅଗ୍ରଣୀ ଶିକ୍ଷାକେନ୍ଦ୍ର ଲରମ୍ଭା ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି। ଏହି ଅବସରରେ ସଭାପତି ଉପ ଜିଲ୍ଲାପାଳ ବରଗଡ ତଥା ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପାଣ୍ଡେ , ମୁଖ୍ୟଅତିଥି ମାନ୍ୟବର ବିଧାୟକ ବରଗଡ ନିର୍ବାଚନ ମଣ୍ଡଳୀର, ଶ୍ରୀ ଯୁକ୍ତ ଅଶ୍ବିନୀକୁମାର ଷଡଙ୍ଗୀ, ସମ୍ମାନିତ ଅତିଥି ମାନ୍ୟବର ବିଧାୟକ ଅତାବିରା ନିର୍ବାଚନ ମଣ୍ଡଳୀର ଶ୍ରୀ ନିହାର ରଂଜନ ମହାନନ୍ଦ, ବ୍ରଜମୋହନ ପଣ୍ଡାଙ୍କ ପୈାତ୍ର ଶ୍ରୀ ସୁଧୀର କୁମାର ପଣ୍ଡା, ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେଓଗାଁ ଉଚ୍ଚବିଦ୍ୟାଳୟର ଶ୍ରୀ ସୁରେନ୍ଦ୍ର କୁମାର ମହାପାତ୍ର, ଲରମ୍ଭା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ମହାନ୍ତି, +୨ ଅଧିକାରୀ ଡ.ଦିଗମ୍ବର ଚାନ୍ଦ ମଂଚାସୀନ ଥିଲେ। ପ୍ରଥମେ ପ୍ରଭୁ ଶ୍ରୀକୃଷ୍ଣ ଓ ବ୍ରଜମୋହନ ପଣ୍ଡାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ବ୍ରଜମୋହନ ପଣ୍ଡାଙ୍କ ଲରମ୍ଭା କଲେଜ ସ୍ଥାପନ ଓ ଶ୍ରୀକୃଷ୍ଣଙ୍କ ଧରାଧାମକୁ ଆଗମନର ସଂଯୋଗ ସେତୁ ସହ ପଲ୍ଲୀଅଞ୍ଚଳରେ ଶିକ୍ଷାର ବିକାଶ ନିମନ୍ତେ ବ୍ରଜମୋହନ ପଣ୍ଡାଙ୍କ ଅବଦାନକୁ ବକ୍ତାମାନେ ଆଲୋଚନା କରିଥିଲେ । ଶେଷରେ ମହାବିଦ୍ୟାଳୟର ଇଂରାଜୀ ବିଭାଗୀୟ ମୁଖ୍ୟ ଶ୍ରୀ ଟଙ୍କଧର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

You may have missed