ଉପଖଣ୍ଡ ସ୍ତରୀୟ 78ତମ ସ୍ୱାଧୀନତା ଦିବସ ପାଳିତ ..

IMG-20240815-WA0034
Share

ଗୁଣପୁର-(ସୁରେନ୍ଦ୍ର ମହାନ୍ତି )ତା 15-08-2024ରିଖ ଦିନ 78ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ଦିବସର ମୁଖ୍ୟ ଅତିଥି ଭାବେ ଗୁଣପୁର ଉପ ଜିଲ୍ଲାପାଳ କୀରଣ ଦୀପ କୌର ଯୋଗଦେଇ ସ୍ଥାନୀୟ ମିନି ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ସାର୍ବଭୌମତ୍ୱ ରକ୍ଷା, ସମ୍ବିଧାନ ସୁରକ୍ଷା ଓ କର୍ତ୍ତବ୍ୟ ପରାୟଣ ହୋଇପାରିଲେ ସ୍ୱାଧୀନତା ଦିବସର ମହତ୍ତ୍ଵ ରହିବ ଓ ପଞ୍ଜାବ ଜନ୍ମ ମାଟି ହେଲେବି ଗୁଣପୁର କର୍ମଭୂମି ଭାବେ ସବୁଦିନ ଗୁଣପୁର ମୋ ମନ ଭିତରେ ରହିବ ବୋଲି କହିଥିଲେ । ପ୍ରାତ 5ଘଟିକା ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ରାମଧୁନ, 6ଘଟିକା ସମୟରେ ଗୋଷ୍ଠୀ ଶିକ୍ଷା ତାଲିମ କେନ୍ଦ୍ର ତରଫରୁ ପ୍ରଭାତଫେରି, ସମସ୍ତ ଅନୁଷ୍ଠାନରେ ସକାଳ 7-30ମି ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।ସକାଳ 9-15ମି ସମୟରେ ଉପ ଜିଲ୍ଲାପାଳ ମିନି ଷ୍ଟାଡିୟମରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପ୍ୟାରେଡ଼ରେ 25ଗୋଟି ପ୍ୟାରେଡ଼ ଦଳ ଅଂଶ ଗ୍ରହଣ କରିଥିଲେ । ଗାନ୍ଧୀ ବିଶ୍ୱ ବିଦ୍ୟାଳୟ ଏନ ସି ସି ପ୍ୟାରେଡ଼ରେ ପ୍ରଥମ, ଗୁଣପୁର ମହାବିଦ୍ୟାଳୟ ଦ୍ଵିତୀୟ, ସିଭିଲିଆନରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ କୃତିତ୍ୱ ହାସଲ କରିଥିଲେ । ପ୍ୟାରେଡ଼ ପରେ ପରେ ଉପ ଜିଲ୍ଲାପାଳ ଚିକିତ୍ସାଳୟ ଯାଇ ରୋଗୀଙ୍କୁ ଫଳ ଓ ଜେଲ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ପ୍ୟାରେଡ଼ରେ ଭାରତୀୟ ଦ୍ଵତୀୟ ବାହିନୀ କମାଣ୍ଡାଣ୍ଟ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମୂଲ୍ୟ କୁମାର ପାତ୍ର, ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାବୁଲି ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଂଜଳି ପ୍ରଧାନ, ତହସିଲଦାର ଲୀଳାବତୀ ଆଚାର୍ଜି, ଆଦର୍ଶ ଥାନା ଅଧିକାରୀ ଉତ୍ତମ କୁମାର ସାହୁ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଅନନ୍ତ ପାତ୍ର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।