୪ ଇଞ୍ଚ ର ରଥ ଧାନ ରେ ପ୍ରସ୍ତୁତ କରିଛନ୍ତି ଶୁଭାଶୁ

ଖୋର୍ଦ୍ଧା(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ପଲଟନ ପଡ଼ିଆର ଯୁବ କଳାକାର ଶୁଭ୍ରାଂଶୁ ରଞ୍ଜନ ସାହୁ ଧାନରେ ପ୍ରସ୍ତୁତ କରିଛନ୍ତି ମାତ୍ର ୪ ଇଞ୍ଚ ଉଚ୍ଚତାର ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ଏହି କ୍ଷୁଦ୍ର ରଥରେ ସେ ମହାପ୍ରଭୁଙ୍କୁ ବିଜେ ମଧ୍ୟ କରାଇଛନ୍ତି। ସୂକ୍ଷ୍ମ କାରୁକାର୍ଯ୍ୟରେ ନିର୍ମିତ ଏହି ରଥ ପ୍ରସ୍ତୁତ କରିବାକୁ ତାଙ୍କୁ ପ୍ରାୟ ସାତ ଦିନ ସମୟ ଲାଗିଥିଲା।ଶୁଭ୍ରାଂଶୁ ବହୁ ବର୍ଷ ଧରି ବିଭିନ୍ନ ଅଦରକାରୀ ବସ୍ତୁରେ ରଥ ନିର୍ମାଣ କରି ନିଜ ସୃଜନଶୀଳତାର ପରିଚୟ ଦେଇଆସୁଛନ୍ତି। ସେ ଦିପ୍ତୀରଞ୍ଜନ ସାହୁଙ୍କ ପୁତ୍ର ଏବଂ ବର୍ତ୍ତମାନ ଯୁକ୍ତ ତିନିର ଜଣେ ଛାତ୍ର।ତାଙ୍କ ଜେଜେମା’ ସତ୍ୟଭାମା ସାହୁ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅଗାଢ଼ ଭକ୍ତି ଓ ସମର୍ପଣ ଭାବ ଯୋଗୁଁ ଶୁଭ୍ରାଂଶୁ ପ୍ରତିବର୍ଷ ଭିନ୍ନ ଭିନ୍ନ ଢଙ୍ଗରେ ରଥ ନିର୍ମାଣ କରିଥାନ୍ତି। ଶୁଭ୍ରାଂଶୁ କହିଛନ୍ତି, ପ୍ରତିବର୍ଷ ପରିବାର ସହ ପୁରୀ ରଥଯାତ୍ରାରେ ଯାଇ ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ କରିବା ହେଉଛି ତାଙ୍କ ଜୀବନର ସବୁଠାରୁ ବଡ଼ ଆନନ୍ଦ। ଏହି ଅନନ୍ୟ ଧାନ ରଥକୁ ଦେଖିବା ପାଇଁ ବହୁ ଜଗନ୍ନାଥ ପ୍ରେମୀ ଆସୁଥିବା ବେଳେ, ଏହା ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକତା ଓ ସୃଜନଶୀଳତାର ଏକ ସୁନ୍ଦର ନିଦର୍ଶନ ପାଲଟିଛି।
