October 15, 2026

ବିଦ୍ୟାଳୟ ଛାତ୍ରଙ୍କ ଅକାଳ ମୃତ୍ୟୁ

IMG-20260715-WA0104
Share

 

 

 

ବୋଲଗଡ଼ (ଉପାନ୍ତ ଖବର ମାନସ ରଞ୍ଜନ କର)ତା ୧୫/୭ ଖୋର୍ଦ୍ଧା, ସପ୍ତମ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ହୃଦାଘାତଜନିତ ଅକାଳ ମୃତ୍ୟୁ ଗତ ସୋମବାର ଦିନ ରାତି ରେ ହୋଇଯାଇଛି।ସେ ରାସ ବିହାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ସେ ହଠାତ୍ ଶନିବାର ଦିନ ଅସୁସ୍ଥ ହୋଇପଡିବାରୁ ତାଙ୍କ ପିତାମାତା ତାଙ୍କୁ ଆମ୍ବୁଲାନ୍ସ ଯୋଗେ ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।ପରବର୍ତ୍ତୀ ସମୟରେ କଟକ ଶିଶୁ ଭବନରେ ଚିକିତ୍ସା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ସ୍ଥାନାନ୍ତରିତ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତ ସୋମବାର ଦିନ ରାତି ରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ ଛାତ୍ରଙ୍କ ପିତା ମନୋଜ ସାହୁ ଜନ୍ମରୁ ମୂକ ଅଟନ୍ତି ଏବଂ ମାଆ ମମତା ସାହୁ ମଧ୍ୟ ବଧୀର ଅଟନ୍ତି। ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ରାମଚନ୍ଦ୍ର ପୁର ପାଟଣା ଯୁବକ ସଂଘ ତରଫରୁ ଚାନ୍ଦା ଆଦାୟ କରି ସହାୟତା ରାଶି ପ୍ରଦାନ କରାଯାଇଛି। ରାସ ବିହାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ବେହେରା ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏବଂ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ, ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ବେହେରା, ଭିକାରୀ ପୁଷ୍ଟି, ବାମଦେବ ଜେନା, ସହଦେବ ସୁବୁଦ୍ଧି, ଅଶୋକ କୁମାର ଦଳାଇ ପ୍ରମୁଖ ମୃତ ଛାତ୍ରଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ସହାୟତା ରାଶି ପ୍ରଦାନ କରିଛନ୍ତି। ଏହି ପରିବାରଟି ସମ୍ପୁର୍ଣ୍ଣ ଅସହାୟ ହୋଇଥିବାରୁ ଜନସାଧାରଣ, ରାଜନେତା, ବଦାନ୍ୟ ବ୍ୟକ୍ତି ଫୋନ ପେ ନମ୍ବର-7873882085, ରେ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି।