ପୁଣି କେଦାରନାଥରେ ବଡ଼ ଅଘଟଣ
*ପୁଣି କେଦାରନାଥରେ ବଡ଼ ଅଘଟଣ । ମଝି ଅକାଶରେ କ୍ରାସ୍ ହେଲା ହେଲିକପ୍ଟର । ଦୁର୍ଘଟଣାରେ ୫ ଯାତ୍ରୀଙ୍କ ମୃତ୍ୟୁ । କୁହାଯାଉଛି ଯେ ହେଲିକପ୍ଟରରେ ପାଇଲଟଙ୍କ ସମେତ ମୋଟ ୬ ଜଣ ଯାତ୍ରୀ ଥିଲେ । ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଆର୍ୟନ କମ୍ପାନୀର ହେଲିକପ୍ଟର କ୍ରାସ୍ ହୋଇଛି ।*
*ଏହି ଦୁର୍ଘଟଣା ଗୌରୀକୁଣ୍ଡ ଏବଂ ତ୍ରିଜୁଗୀନାରାୟଣ ନାରାୟଣ ମଧ୍ୟରେ ଘଟିଛି । ତେବେ ପାଗ ଖରାପଥିବାରୁ ଏମିତି ଅଘଟଣ ଘଟିଥିବା କୁହାଯାଉଛି । ଦେହେରାଦୁନରୁ କେଦାରନାଥ ଅଭିମୁଖେ ଯାଉଥିବା ହେଲିକପ୍ଟରଟି ଗୌରୀକୁଣ୍ଡ ନିକଟବର୍ତ୍ତୀ ଅଞ୍ଚଳରେ କ୍ରାସ୍ ହୋଇଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି ।*
*କହି ରଖୁଛୁ ଚଳିତ ବର୍ଷ ହେଉଥିବା କେଦାରନାଥ ଯାତ୍ରାରେ ଭିନ୍ନ ଭିନ୍ନ ଧାମରେ ଅନେକ ଥର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଇ କିଛି ଦିନ ତଳେ କେଦାରନାଥରେ ହେଲିକପ୍ଟରର ଜରୁରୀକାଳୀନ ଅବତରଣ ମଧ୍ୟ କରାଯାଇଥିଲା । ଚାରିଧାମ ଯାତ୍ରା ଆରମ୍ଭରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା।*
