July 3, 2024

ଇମ୍ଫାରେ ବିଶ୍ଵ ପରିବେଶ ଦିବସ ପାଳିତ

Share


ରାୟଗଡା :ପ୍ରତିବର୍ଷ ଭଳି ଚଳିତ ବର୍ଷ ଇମ୍ଫା ଥେରୁବାଲି ରେ ଜାତୀୟ ବିଶ୍ଵ ପରିବେଶ ଦିବସ ବହୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଏହି ଉତ୍ସବାରେ ରାୟଗଡ ସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ର ଆଞ୍ଚଳିକ କାର୍ଯ୍ୟାଳୟ ର ଆଞ୍ଚଳିକ ଅଧିକାରୀ ଶ୍ରୀମାନ ଅଶୋକ କୁମାର ଭୋଇ ,ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲା ବେଳେ ଶ୍ରୀମାନ ରିପୂ କୁମାର ସାହୁ , ସହକାରୀ ଯନ୍ତ୍ରୀ (ପରିବେଶ) ଓ ଶ୍ରୀମାନ ଗୌରୀ ଦାସ , ସହକାରୀ ପରିବେଶ ବିଜ୍ଞାନୀ , ଶ୍ରୀମାନ ପ୍ରଭୂଦେବ ବେହେରା ସହକାରୀ ଯନ୍ତ୍ରୀ (ପରିବେଶ) ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି “ ପରିବେଶ ସୁରକ୍ଷା ଏକ ଆଇନଗତ ଖସଡା ନୁହେଁ ବରଂ ଏକ ନୈତିକ ଦାୟିତ୍ଵ “ ବୋଲି ପ୍ରକାଶ କରିଥିଲେ । ଇମ୍ଫାର ଉପ-ସଭାପତି-ତଥା-ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମାନ ଆଶିଷ କୁମାର ରାୟ ଙ୍କ ଦିଗଦର୍ଶନ ରେ ଅନୁଷ୍ଠିତ ଏହି ଉତ୍ସବରେ ଉପସ୍ଥିତ ଶ୍ରମିକ ,କର୍ମଚାରୀ ମାନଙ୍କୁ ଉଦ୍ବୋଧନ ଦେଇ “ ପରିବେଶର ସୁରକ୍ଷା ମାନବ ଜୀବନର ଏକ ଦୈନନ୍ଦିନ ଅଙ୍ଗ ଅଟେ “ ତେଣୁ ଏହାର ସୁରକ୍ଷା ଓ ସୁପରିଚାଳନା କରିବା ସମସ୍ତଙ୍କର କର୍ତ୍ତବ୍ୟ । ଏହି ଉପଲକ୍ଷେ ଆୟୋଜିତ “ମୂର୍ତ୍ତିକା ସଂରକ୍ଷଣ , ମରୁଭୁମି କରଣ ଓ ମରୁଡି ପ୍ରତିହତ “ ଶୀର୍ଷକ ବିଷୟ ଉପରେ ଆୟୋଜିତ ବତ୍କୃତା ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରି କୃତକାର୍ଯ୍ୟ ହୋଇଥିବା ଶ୍ରମିକ ଓ କର୍ମଚାରୀ ମାନଙ୍କୁ ଇମ୍ଫାର ମୁଖ୍ୟ ପରିଚାଳକ (ଯାନ୍ତ୍ରିକ) ଶ୍ରୀମାନ ଏମ ॰ଶ୍ରୀନିଭାସ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପାରମ୍ଭରେ ଶ୍ରୀମାନ ପ୍ରଶାନ୍ତ କୁମାର ନାୟକ , ଗୁଣବତ୍ତା ବିଭାଗର ମୁଖ୍ୟ ସ୍ଵଗତ ଅଭିଭାଷଣ ଦେଇଥିବା ବେଳେ , ଗୁଣବତ୍ତା ବିଭାଗର କର୍ମଚାରୀ ସୁଶୀ ପୁଷ୍ପାଞ୍ଜଳି ପାତ୍ର ଉପସ୍ଥିତ ସମସ୍ତଙ୍କୁ ପରିବେଶ ସୁରକ୍ଷା ଉପରେ ଶପଥ ପାଠ କରିଥିବା ବେଳେ କର୍ମିକ ବିଭାଗର ବରିଷ୍ଠ ପରିଚାଳକ ଶ୍ରୀମାନ ସ୍ୱରୂପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ଏଥି ପୂର୍ବରୁ ଗୋପବନ୍ଧୁ ନଗର ଠାରେ ଗୃହିଣୀ ମାନଙ୍କ ନିମନ୍ତେ ପରିବେଶ ସୁରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ସାଙ୍ଗକୁ ବତ୍କୃତା ପ୍ରତିଯୋଗୀତା ର ଆୟୋଜନ କରାଯାଇ ଅଂଶଗ୍ରହଣକାରି ମହିଳାମାନଙ୍କୁ ପୁରସ୍କାର ସାନ୍ତ୍ଵନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅତିଥି , ଇମ୍ଫାର ଅଧିକାରିବୃନ୍ଦ ଓ ଶ୍ରମିକ ଓ କର୍ମଚାରୀମାନଙ୍କ ଦ୍ଵାରା ଇମ୍ଫା ପରିସରରେ ବୃକ୍ଷ ରୋପଣ କରଯାଇଥିଲା ।ଇମ୍ଫା ର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମ କୁ ଅତି ସୁନ୍ଦର ଭତ୍ସବେ ପରିଚାଳନା କରିଥିଲେ l
ରାୟଗଡା ରୁ ଅମୁଲ୍ୟ ନିଷଙ୍କ ଙ୍କ ରିପୋର୍ଟ