May 19, 2024

କୁଜଙ୍ଗ ପୋଲିସ ର ଫ୍ଲାଗ ମାର୍ଚ୍ଚ ….

Share

ଚଳିତ ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ଲାଗି କୁଜଙ୍ଗ ପୋଲିସ ପକ୍ଷରୁ ଗ୍ରାମାଞ୍ଚଳ ର ବିଭିନ୍ନ ସ୍ଥାନରେ ଜୋରଦାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ଏମିତି କି ପ୍ରଥମ ପ୍ରଯ୍ୟାରେ କୁଜଙ୍ଗ ପଞ୍ଚାୟତ ର ଜଗନ୍ନାଥପୁର ଗଡା ନିକଟରୁ ବାହାରି ଜଗନ୍ନାଥପୁର ଗ୍ରାମ ପରିକ୍ରମା କରିଥିଲେ ପରେ କୁଜଙ୍ଗ ବଜାର ପରିକ୍ରମା କରି ବଳରାମପୁର ଗ୍ରାମ ପରିକ୍ରମା କରି ଗଣ୍ଡକିପୂର୍ ପଞ୍ଚାୟତର ମାଳହୁଙ୍କା ବଜାରରେ ଫ୍ଲାଗ ମାର୍ଚ୍ଚ କରିଥିଲେ । ଏଥିରେ ତିର୍ତ୍ତୋଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଚିନ୍ମୟ କୁମାର ରାଉତ
ଏବଂ କୁଜଙ୍ଗ ଥାନାଅଧିକାରୀ ରଶ୍ମିରଞ୍ଜନ ଦାସ ଙ୍କ ନେତୃତ୍ୱ ରେ କୁଜଙ୍ଗ ବଜାର
ପରିସର ରେ କେନ୍ଦ୍ରୀୟ ଓ ରାଜ୍ୟ ର 5 ରୁ ପ୍ଲାଟୁନ ପୋଲିସ ଫୋର୍ସ
ବଜାର ଓ ଗ୍ରାମାଞ୍ଚଳ ରେ ଫ୍ଲଗ ମାର୍ଚ୍ଚ କରାଯାଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା।ସାଧାରଣ ଜନତା ଙ୍କ ସହିତ ପୋଲିସ ସବୁବେଳେ ରହିଥ‌ିବା ର ବିଶ୍ଵାସ। ଏହି ପ୍ଲାଗ ମାର୍ଚ୍ଚ ର ମୂଳ ଲକ୍ଷ ବୋଲି ତିର୍ତ୍ତୋଲ ଉପଖଣ୍ଡ ଆରକ୍ଷ ଅଧ୍ୟକ୍ଷକ ଚିନ୍ମୟ ରାଉତ ପ୍ରକାଶ କରିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି କୁ ନିୟନ୍ତ୍ରଣ ରଖିବା ପାଇଁ କୁଜଙ୍ଗ ଥାନା ଅଞ୍ଚଳ ର ବିଭିନ୍ନ ସ୍ଥାନରେ ବଡ଼ ଚେକ୍ ପୋଷ୍ଟ କରାଯାଇ ଯାନ ବାହନ କଡ଼ା କଡି ଭାବେ ଯାଞ୍ଚ କରାଯାଉ ଅଛି। ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ମାନ ନିଆଯାଉ ଅଛି। ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ର ସହ ସମାପ୍ତ କରିବାପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉ ଥିବାର ସୂଚନା ମିଳୁଛି ।(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )