ବୁଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ହନୁମାନ ଜୟନ୍ତୀ ପାଳିତ…

god
Share

ସାନଖେମୁଣ୍ଡି : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବୁଧେଶ୍ୱର ମନ୍ଦିର ନିକଟରେ ଥିବା ହନୁମାନ ମନ୍ଦିର ଠାରେ ପବିତ୍ର ହନୁମାନ ଜୟନ୍ତୀ, ଓଡ଼ିଆ ନବବର୍ଷ ଓ ମହାବିଷୁବ ପଣା ସଂକ୍ରାନ୍ତି ମହା ସମାରୋହରେ ପାଳିନ କରାଯାଇଛି। ରବିବାର ସକାଳୁ ପୂଜକ ହନୁମାନ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାପାଠ କରଯାଇଥିବା ବେଳେ ମନ୍ଦିର ପରିଚାଳନା କମିଟି ତରଫରୁ ପଣା ଭୋଗ ଲାଗି କରିବା ପରେ ପଳାଶପୁର ଦଣ୍ଡକାଳୀ ମନ୍ଦିର ପରିସରରେ ଲୋକଙ୍କୁ ବଣ୍ଟନ କରିଥିଲେ ।ସନ୍ଧ୍ୟାରେ ହନୁମାନ ଚାଳିସା ପାଠ କରାଯିବା ସହ ନାମ ସଙ୍କୀର୍ତ୍ତନ ପରିବେଷଣ ହୋଇଥିଲା l ସେହି ପରି ଗ୍ରାମରେ ଥିବା ସମସ୍ତ ହନୁମାନ ମନ୍ଦିର ବ୍ୟତୀତ ଶିବମନ୍ଦିର ଓ ସମସ୍ତ ଦେବଦେବୀ ପୀଠରେ ସ୍ବତନ୍ତ ଉତ୍ସବ ସାଙ୍ଗକୁ ରୀତିନୀତି ଅନୁଯାୟୀ ପୂଜା ପାଠ କରାଯାଇଛି। ଭକ୍ତ ମାନେ ସମସ୍ତ ଦେବଦେବୀ ଦର୍ଶନ କରିଥିଲେ । ଜଗନ୍ନାଥ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିରରେ ନୂତନ ପଞ୍ଜିକା କୁ ପୂଜାକରି ପଠନ କରିଥିଲେ। ସେହି ପାଞ୍ଜି ଆଜିଠାରୁ ଶୁଭାରମ୍ଭ କରାଯାଇଛି। ହନୁମାନ ଜୟନ୍ତୀ କାର୍ଯ୍ୟକ୍ରମ ରେ ପରିଚାଳନା କମିଟି ସଭାପତି ବସନ୍ତ ପାଢ଼ୀ, ଉପ ସଭାପତି ଏ. ମାଧବ ରେଡ଼ି, ସମ୍ପାଦକ ରଞ୍ଜନ କୁମାର ସାହୁ, କୋଷାଧ୍ୟକ୍ଷ ବାଳକୃଷ୍ଣ ଚୌଧୁରୀ ଙ୍କ ସମେତ ମନ୍ଦିର ପରିଚାଳନା କମିଟି, ମନ୍ଦିର ପୂଜକ ଉପସ୍ଥିତ ଥିଲେ l ସାନଖେମୁଣ୍ଡି ରୁ ବିଜୟ କୁମାର ପ୍ରଧାନ ଙ୍କ ରିପୋର୍ଟ ନିଉସ୍ ଉପାନ୍ତ ଖବର

You may have missed