June 4, 2025

ମା ରାମଚଣ୍ଡୀ ଙ୍କ ପୀଠରେ ଝାମୁ ଯାତ୍ରା ଅନୁଷ୍ଠିତ….

Share

                                          ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି, ମହାବୀର ଜୟନ୍ତି ଓ ଓଡିଆ ନବବର୍ଷ ଉପଲକ୍ଷେ ସାରା ଓଡ଼ିଶା ଉତ୍ସବ ମୁଖର। ଓଡ଼ିଶାର ସଂସ୍କୃତି ପରମ୍ପରା ସହିତ ଓଡ଼ିଆ ମାନଙ୍କର ଭାବବେଗ ଜଡ଼ିତ କୁହାଯାଇଥାଏ ଏବଂ ଓଡ଼ିଶାର ପ୍ରତେକ ଲୋକମାନଙ୍କ ଚୌରାରେ ପଣା ଠେକି ବସିଥାଏ ଓ ସମସ୍ତ ପରିବାରରେ ବିଭିନ୍ନ ସୁସ୍ୱାଦୁ ଫଳ ସହିତ ଚୁନା ରେ ପଣା ପ୍ରସ୍ତୁତ କରି ଭୋଗ କରାଯାଇଥାଏ। ପ୍ରତ୍ୟେକ ମନ୍ଦୀର ଓ ଦେବାଳୟଙ୍କ ପୀଠରେ ଭକ୍ତ ମାନଙ୍କ ଭିଡ ଦେଖିବାକୁ ମିଳିଥାଏ। ସେହି ପରି ଭାବରେ କୁଜଙ୍ଗ ସ୍ଥିତ ମା ରାମଚଣ୍ଡୀ ଙ୍କ ପୀଠରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଘଣ୍ଟ ଝାଞ୍ଜ ମୃଦ୍ଦଙ୍ଗ ରେ କମ୍ପି ଉଠିଥିଲା ମା ଙ୍କ ପୀଠ। ମା ଙ୍କ ଝାମୁ ଯାତ୍ରା ଦେଖିବା ଲାଗି ବିଭିନ୍ନ କୋଣ ଅନୁକୋଣ ରୁ ଶ୍ରଦ୍ଧାଳୁଙ୍କ ଲାଗିଥିଲା ଭିଡ଼। ମା ଙ୍କ ପଣା ପିଇବା ସହ ପ୍ରାସାଦ ପାଇଥିଲେ ଶ୍ରଦ୍ଧାଳୁ। ଏଥିରେ ଆଇନଜୀବି ଅନ୍ତର୍ଯ୍ୟାମୀ ନାରାୟଣ ଦାସ ଯାଦବ, ଜ୍ୟୋତି ରଞ୍ଜନ ଜେନା, ଜ୍ୟୋତିରଂଜନ ମହାନ୍ତି, ବିପିନ ବସ୍ତିଆ, ଦେବାଶିଷ ପାଣି, ଦିବ୍ୟଜ୍ୟୋତି ରାୟ ଚୌଧୁରୀ, ସତ୍ୟନାରାୟଣ ମହାନ୍ତି, ଜଗନ୍ନାଥ ମହାନ୍ତି, ପିଣ୍ଟୁ ପ୍ରଧାନ, ବିଶ୍ୱଜିତ୍ ପ୍ରଧାନ ବିକ୍ରମ ମାହାନ୍ତି ପ୍ରମୁଖ ଉପସ୍ଥିତ ରହି ମା ଙ୍କର ଝାମୁ ଯାତ୍ରା କୁ ସହଯୋଗ କରିଥିଲେ। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )

You may have missed