April 28, 2026

ସନ୍ତରଣ ପ୍ରଶିକ୍ଷଣ ଶିବିର ଆରମ୍ଭ 

IMG-20250603-WA0033
Share

 

ମାଲକାନଗିରି,ତା:

ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ଜିଲ୍ଲା ଜରୁରକାଳୀନ ବିଭାଗ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଯୁବପିଢୀଙ୍କ ପାଇଁ ସନ୍ତରଣ ଓ ପାଣିରେ ବୁଡ଼ି ବଞ୍ଚିବାର ମୌଳିକ କୌଶଳ ସମ୍ବନ୍ଧୀୟ ଏକ ସନ୍ତରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଆଶିଷ ଈଶ୍ୱର ପାଟିଲ ଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଓ ଜରୁରୀକାଳୀନ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ବେହେରା ମଞ୍ଚାସୀନ ଥିଲେ। ପାଣିରେ ବୁଡ଼ି କୌଣସି ପ୍ରାଣହାନି ଜନିତ ଦୁର୍ଘଟଣାକୁ ଏଡ଼ାଇବା ନିମନ୍ତେ ରାଜ୍ୟ ସରକାରଙ୍କ ଏହି ପ୍ରୟାସ ଯୁବପୀଢ଼ିଙ୍କ ପାଇଁ ଉପଯୋଗୀ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୨ ରୁ ୭ ତାରିଖ ପର୍ଯ୍ୟନ୍ତ ୩୦ ଜଣିଆ ଅଂଶ ଗ୍ରହଣକାରୀଙ୍କୁ ଓଡ୍ରାଫ୍ ଟିମ୍ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରାଯିବ। ୧୦ ଦଳ ମୋଟ ୩୦୦ ଅଂଶ ଗ୍ରହଣକାରୀଙ୍କୁ ସ୍ଥାନୀୟ ବଣ୍ଡା ବାକୁଲିଗୁଡ଼ା ବନ୍ଧରେ ଓଡ୍ରାଫ୍ ଟିମ୍ ପ୍ରଶିକ୍ଷଣ ଦେବେ। କୋରାପୁଟରୁ ୨୦ ଜଣିଆ ଓଡ୍ରାଫ୍ ଟିମ୍ ଜିଲ୍ଲାରେ ଏହି ପ୍ରଶିକ୍ଷଣ ନିମନ୍ତେ ଯୋଗ ଦେଇଛନ୍ତି। ଜରୁରୀ କାଳୀନ ବିଭାଗ

ବରିଷ୍ଠ ରାଜସ୍ବ ସହାୟକ କୁନା ନାୟକ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାରେ ସହଯୋଗ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

You may have missed