September 16, 2026

ଧୁମଧାମରେ ପାଲିତ ହେଲା ନୂଆଖାଇ ଭେଟଘାଟ

IMG-20260916-WA0013
Share

 

 

ବରଗଡ,

କାଣ୍ଡପାଲି,ପ୍ରତିବର୍ଷ ପରି ମହାସମାରୋହରେ କାଣ୍ଡପାଲି ରାଧାକୃଷ୍ଣ ମନ୍ଦିର ପ୍ରାଂଗଣରେ ଅନୁଷ୍ଠିତ ହୋଇଯାଇଛି ନୂଆଖାଇ ଭେଟଘାଟ ୨୦୨୬ । ସକାଳ ୭ଘଣ୍ଟାରୁ ଅବସରପ୍ରାପ୍ତ ସୈନିକ ସରୋଜ କୁମାର ଭୋଇଙ୍କ ନେତୃତ୍ବ ରେ ଏନ୍ଏସି ଖେଲପଡିଆ ଠାରୁ ଗାଁ ମଝି ମନ୍ଦିର ପର୍ୟ୍ଯନ୍ତ ମାରାଥନ ଦୌଡ଼ ସହ ମଶାଲ ଯାତ୍ରା ଅନୁଷ୍ଠିତ ହୋଇ ଥିଲା। ଏଥିରେ ଜୁନିୟର ଓ ସିନିୟର ବିଭାଗର ୩୦ ଜଣ ଦୌଡାଳି ଭାଗ ନେଇଥିଲେ। ପରେ ଧିର ସାଇକେଲ ଚାଲନା ଅନୁଷ୍ଠିତ ହୋଇଥିଲା। ଦ୍ବିତୀୟ ଅଧିବେଶନ ସମସ୍ତେ ନୂଆଖାଇ ସାରିବା ପରେ ଅପରାହ୍ନ ୩ଟାରୁ ଆରମ୍ଭ ହୋଇ ରାତି ୧୦ଟା ପର୍ୟ୍ଯନ୍ତ ଚାଲିଥିଲା। ଏଥିରେ ପ୍ରତି ବୟସ ର ପ୍ରତିଯୋଗିଂକ ପାଇଁ ବିଭିନ୍ନ ପ୍ରତିଯୋଗିତା କରାଯାଇ ୧ମ, ୨ୟ, ୩ୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗିମାନଂକୁ ଟ୍ରଫି ଓ ସାଟିର୍ଫିକେଟ ଦେଇ ପୁରସ୍କୃତ କରାଯାଇ ଥିଲା। ସମ୍ବଲପୁରୀ ନନି,ସମ୍ବଲପୁରିଆ ବାବୁ, ନ୍ରୁତ୍ଯ, ରସିଘିଚା, ବଲ୍ ସଂଗ୍ରହ, ଚକଲେଟ ପାଉଡର, ବସ୍ତାଦୌଡ, ଜିଲାପିଖିଆ ଆଦି କାର୍ୟ୍ଯ କ୍ରମ ହୋଇଥିଲା। ବିଚାରପତି ଦାୟିତ୍ୱ ତୁଲାଉଥିଲେ ମନୋଜ ଭୋଇ,ଏକାଦଶ ସାହୁ,ଶଂକର ବାରିକ ପ୍ରମୁଖ |ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଗୋପାଳ ଥପା,ବାସୁଦେବ ଭୋଇ,ଯୀଶୁ ଭୋଇ,ଆନନ୍ଦ ଭୋଇ,ଗୋବିନ୍ଦ ସାହୁ,କାର୍ତ୍ତିକ ସାହୁ ଓ ଗଣେଶ ପୂଜା କମିଟିର ସଭ୍ୟମାନେ |ମଂଚ ପରିଚାଳନ କରିଥିଲେ ବଳରାମ ସାହୁ |