March 7, 2026

ବିଜେଡିରୁ ନିଲମ୍ବିତ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଜଣେ ପବନ ବାଘ l ହାୱାରେ କଥା କହି ଲୋକଙ୍କୁ ଭୁଆଁ ବୁଲାଇବା ତାଙ୍କ

IMG-20260215-WA0080
Share

ବିଜେଡିରୁ ନିଲମ୍ବିତ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଜଣେ ପବନ ବାଘ l ହାୱାରେ କଥା କହି ଲୋକଙ୍କୁ ଭୁଆଁ ବୁଲାଇବା ତାଙ୍କ କାମ l କିଛି ଏମିତି କହି ଅରବିନ୍ଦ ଙ୍କୁ କଟାକ୍ଷ କରିଛନ୍ତି ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ନେତା ଓ କର୍ମୀ l ବିଜେଡିରୁ ନିଲମ୍ବିତ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ବିରୁଦ୍ଧରେ ଆଜି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଲେଇ ପଞ୍ଚାୟତ ପଡିଆରେ ଆୟୋଜିତ କର୍ମୀ ସମାବେଶରେ ଖୁବ୍ ଗର୍ଜି ଥିଲେ ବିଜେଡି ନେତା l ନିଜ ବକ୍ତବ୍ୟରେ ସେମାନେ ଏହା ମଧ୍ଯ କହିଥିଲେ ଯେ, ଅରବିନ୍ଦ ମହାପାତ୍ର ଜଣେ ଦଲାଲ l ଠିକାଦାର ମାନଙ୍କ ଠାରୁ ପିସି ନେଇ ନିଜ ପକେଟ ଗରମ୍ କରିବା ଛଡା ପାଟକୁରା ପାଇଁ ସେ ଅଧିକ କିଛି କରି ନାହାଁନ୍ତି l ନିଜ ବାପା ବିଜୟ ମହାପାତ୍ରଙ୍କ କଥାରେ ପରିଚାଳିତ ହୋଇ ନବୀନ ପଟ୍ଟନାୟକ ଓ ବିଜୁଜନତା ଦଳ ସହିତ ପ୍ରତାରଣା କରିଛନ୍ତି l ତେବେ ଆଜି ଆୟୋଜିତ କର୍ମୀ ସମାବେଶରେ ୫୧ ପଞ୍ଚାୟତର ଦଳୀୟ କର୍ମୀ ଓ ତୃଣମୂଳସ୍ତରର ନେତା ଏକାଠି ହୋଇ ଅରବିନ୍ଦ ଙ୍କ ବିରୁଦ୍ଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିବା ସହିତ ତାଙ୍କୁ ବେଇମାନ୍ ବୋଲି ସମାଲୋଚନା କରିଥିଲେ l ନିର୍ବାଚନ ଜିତିବା ପରେ ସେ ପୁରୁଣା ବିଜେଡି କର୍ମୀଙ୍କୁ ହତାଦର କରିଥିଲେ ବୋଲି ଉପସ୍ଥିତ ନେତୃବୃନ୍ଦ ନିଜ ବକ୍ତବ୍ୟରେ କହିଥିଲେ l କେବଳ ସେତିକି ନୁହେଁ ବିଜେଡିର ଜିଲାପରିଷଦ ସଦସ୍ୟ, ସରପଞ୍ଚ, ସମିତିସଭ୍ଯ ମାନଙ୍କୁ ମଧ୍ଯ ଅରବିନ୍ଦ ମହାପାତ୍ର ଅଣଦେଖା କରି ନିଜ ବାପାଙ୍କ ସମର୍ଥକଙ୍କୁ ଗୁରୁତ୍ଵ ଦେଇଥିଲେ l ଆଗାମୀ ଦିନରେ ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ନିର୍ବାଚନମଣ୍ଡଳୀ ରେ ପୁରାଇ ଦିଆଯିବ ନାହିଁ ବୋଲି ମଧ୍ୟ ମଞ୍ଚ ଉପରୁ ରଣହୁଂକାର ଶୁଣିବାକୁ ମିଳିଥିଲା l ଡେରାବିଶ ବ୍ଲକ ଭାଇସ ଚେୟାରମ୍ୟାନ ଦେବାଶିଷ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମୀ ସମାବେଶରେ କେନ୍ଦ୍ରାପଡା ଜିଲା ବିଜେଡି ସଭାପତି ଶିବପ୍ରସାଦ ଭଳ, ଯୁବ ବିଜେଡ଼ି ସଭାପତି ରାଜେଶ ଦାସ, ଜିଲ୍ଲା ପରିଷଦ ସଦସ୍ୟ ସତ୍ୟାନନ୍ଦ ରାଉତ, ମାର୍ଶାଘାଇ ବ୍ଲକ୍ ଭାଇସ ଚେୟାରମ୍ୟାନ ଉର୍ମିଳା ମହାନ୍ତି, ମାର୍ଶାଘାଇ ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ରଥ ,ଜିଲ୍ଲା ପରିଷଦ ଏଲିଜା ସ୍ଵାଇଁ ,ଜିଲ୍ଲା ପରିଷଦ ଧନେଶ୍ୱର ସେଠି, ଜିଲ୍ଲା ପରିଷଦ ଅରବିନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ l ଏବେ ଟେଲର ଚାଲିଲା ଆଗକୁ ଫିଲ୍ମି ବାକି ଅଛି ବୋଲି ନେତା ମାନେ ବକ୍ତବ୍ୟ ରେ କହିଛନ୍ତି, ରିପୋର୍ଟ -ଧିରେନ କୁମାର ମହାପାତ୍ର କେନ୍ଦ୍ରାପଡା,