March 8, 2026

ବିଶୃଙ୍ଖଳାକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

IMG-20260215-WA0065
Share

 

ପୁରୀଜିଲ୍ଲା ଶ୍ରୀନୀଳାଚଳ ଖଣ୍ଡାୟତକ୍ଷତ୍ରୀୟ ମହାସଭା, ସିଂହସ୍ଥାନ, ନବଦେଶ ଛପନଦେଶ ଛପନ ଛକ, ଲୋକନାଥ ରୋଡ଼ ପୁରୀର ସଭାପତି ଶ୍ରୀଧର ଜେନା ଏବଂ ବ୍ରହ୍ମଗିରି ସଭାପତି ପ୍ରସନ୍ନ କୁମାର ଦଳାଇଙ୍କ କହିବାନୁସାରେ ପ୍ରତିବର୍ଷ ଜାଗର ଯାତ୍ରାରେ ପୁରୀଜିଲ୍ଲାର ଖଣ୍ଡାୟତ ଗ୍ରାମ ଗୁଡିକର ଗ୍ରାମବାସୀ ମାନେ ଜାଗର କୁ ଆସି ଲୋକନାଥ ବାବାଙ୍କୁ ଦର୍ଶନ କରିବା ସହିତ ଅନୁଷ୍ଠାନ ରେ ରାତ୍ରିଯାପନ କରିବା ସହିତ ମହାପ୍ରସାଦ ସେବନ କରି ରହଣି ପ୍ରସାଦ ଗ୍ରାମକୁ ନେଇ ଯାଇଥାନ୍ତି l କିନ୍ତୁ ଚଳିତ ବର୍ଷ ବ୍ରହ୍ମଗିରି ର ପୂର୍ବତନ ସଭାପତି ହରେକୃଷ୍ଣ ଖଟେଇ ବିଭିନ୍ନ ଗ୍ରାମରୁ ପଇସା ନେଇ ସେମାନଙ୍କୁ ଦେଖା ଦେଉନାହାନ୍ତି l ଗ୍ରାମବାସୀ ମାନେ ଆସି ସଭାପତି ଙ୍କୁ ସମସ୍ତ ତଥ୍ୟ ଜଣାଇବାପରେ ଆସନ୍ତାକାଲି ହରେକୃଷ୍ଣ ଖଟେଇଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ସଭାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l