March 7, 2026

ଯୋଡାଲିଙ୍ଗଙ୍କୁ ଦର୍ଶନ କରି ଶ୍ରଦ୍ଧାଳୁଙ୍କୁ ମାଗଣା ପ୍ରସାଦ ବାଣ୍ଟିଲେ ମୀରା ପରିଡା

IMG-20260215-WA0064
Share

 

ପବିତ୍ର ଜାଗର ଯାତ୍ରାରେ ବାବା ଯୋଡାଲିଙ୍ଗଙ୍କ ପୀଠରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପୁରୀଜିଲ୍ଲା କିନ୍ନର ସଙ୍ଘ ପକ୍ଷରୁ ପ୍ରତିବର୍ଷ ଦଶ ହଜାରରୁ ପନ୍ଦର ହଜାର ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ମାଗଣା ପ୍ରସାଦ ବଣ୍ଟନ କରାଯାଇଥାଏ l ଚଳିତ ବର୍ଷ ରାଜ୍ୟ କିନ୍ନର ସଙ୍ଘର ସଭାନେତ୍ରୀ ମୀରା ପରିଡା ଯୋଗଦାନ କରିଥିଲେ l ମୀରାଙ୍କୁ ପୁରୀଜିଲ୍ଲା କିନ୍ନର ସଂଘ ପକ୍ଷରୁ ବାଜା ବଜାଇ ବାଣ ଫୁଟାଇ ସ୍ୱାଗତ କରାଯାଇଥିଲା l ପରେପରେ ବଜାବଜାଇ ଶୋଭାଯାତ୍ରା ରେ ବାବା ଯୋଡାଲିଙ୍ଗଙ୍କୁ ଦର୍ଶନ ନିମନ୍ତେ ନିଆଯାଇଥିଲା l ବାବା ଯୋଡାଲିଙ୍ଗଙ୍କୁ ଦର୍ଶନ କରି ମୀରା ମା ଖାଦ୍ୟ ବଣ୍ଟନର ଶୁଭାରମ୍ଭ କରି ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରି ପୁରୀ ଲୋକନାଥ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ l ଏହି କାର୍ଯ୍ୟକ୍ରମ କୁ ପୁରୀଜିଲ୍ଲାର ମା ଦେବକୀ ମା ସଭାନେତ୍ରୀ ପ୍ରିୟାଂଶି ଦାସଙ୍କ ସହିତ ପୁରୀଜିଲ୍ଲାର ଶତାଧିକ କିନ୍ନର ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l