November 23, 2024
Share

 

ତାରିଖ ୧୫/୦୨/୨୦୨୩ ବୁଧବାର ।

 

୧-ଖେଳାଳି ନିଲାମର ଦିନକ ପରେ ମହିଳା ପ୍ରିମିୟର ଲିଗ(WPL)ର ପ୍ରଥମ ସଂସ୍କରଣ ମ୍ୟାଚ୍‌ ସୂଚୀ ଘୋଷଣା କରାଯାଇଛି। ମୁମ୍ବାଇ ଇଣ୍ଡିଆ ଓ ଗୁଜରାଟ ଜିଆଣ୍ଟସ ଲଢ଼େଇରୁ ଆରମ୍ଭ ହେବ WPL 2023ର ପ୍ରଥମ ସଂସ୍କରଣ। ମାର୍ଚ୍ଚ ୪ ତାରିଖରେ ଏହି ମ୍ୟାଚ୍‌ ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ।

 

୨-ସପ୍ତାହ ମଧ୍ୟରେ ୩ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି ନକ୍ସଲ, ତୁରନ୍ତ ସୁରକ୍ଷା ପ୍ରଦାନ କରାଯାଉ: ରମଣ ସିଂ ।

 

୩-ଦୁଷ୍କର୍ମକାରୀ ବାବା ରାମ ରହିମଙ୍କୁ ବାପା କହି ତାଙ୍କ ସହ କେକ୍ କାଟିଲେ ହନୀପ୍ରୀତ ।

 

୪-ଗୋପାଳର ନୂଆ ଠିକଣା ଚୌଦ୍ୱାର ଜେଲ୍: ଝାରସୁଗୁଡ଼ା ଉପକାରଗାରରୁ ଚୌଦ୍ୱାର ଜେଲରେ ପହଞ୍ଚିଲା ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ।

 

୫-ଭୁବନେଶ୍ୱରକୁ ଅଣାୟତ୍ତ କରିଦେଲାଣି ନିଶା: ରାଜଧାନୀରେ ୮ଟି ରାଜ୍ୟର ନିଶା ମାଫିଆ, ବଢ଼ୁଛି ବ୍ରାଉନସୁଗର, ହିରୋଇନ୍, ନିଶା ବଟିକା, ଗଞ୍ଜେଇ ଓ ଭାଙ୍ଗ କାରବାର ।

 

୬-ଫେବୃଆରୀ ୧୬ରୁ ‘କୃଷି ଓଡ଼ିଶା ୨୦୨୩’: ମେଳାରେ ରହିବ ୧୭୫ ଗୋଟି ମଣ୍ଡପ।

 

୭-ମିଳିମିଶି ଦେଶକୁ ବିଜେପି କବଳରୁ ବଞ୍ଚାଇବୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଭେଟି ଏଭଳି କହିଲେ ତେଜସ୍ୱୀ ।

 

୮-ଆରମ୍ଭ ହେଲା ୨ ଦିନିଆ ଆଇଏଏସ୍ ସମ୍ମିଳନୀ: ଜିଲ୍ଲାଗୁଡି଼କ ମଧ୍ୟରେ ପ୍ରତିଯୋଗିତାକୁ ଗୁରୁତ୍ୱ ।

 

୯-ବିବିସି ଉପରେ ଚଢଉ ହୋଇନଥିଲା, କେବଳ ସର୍ଭେ କରାଯାଇଥିଲା : ଆୟକର ବିଭାଗ ।

 

୧୦-ପାକିସ୍ତାନରେ ଦିନକୁ ଦିନ ବିଗୁଡୁଛି ସ୍ଥିତି । ଗ୍ୟାସ ଦର ୧୧୨ ପ୍ରତିଶତ ବୃଦ୍ଧି, ୬ମାସ ମଧ୍ୟରେ ୩୭୦ ଅରବ ଡଲାର ଟିକସ ଆଦାୟ କରିବାକୁ ସରକାରଙ୍କ ଘୋଷଣା ।

 

୧୧-ନ୍ୟୁଜିଲ୍ୟାଣ୍ଡରେ ସାମୁଦ୍ରିକ ଝଡ଼ ଗ୍ରାବିଏଲର ଭୟ । ପୂର୍ବ-ଉତର ଦ୍ୱୀପରେ ହାଇଆର୍ଲଟ, ସ୍ଥିତିକୁ ଦେଖି ବିଭିନ୍ନ ସହରରେ ଏମରଜେନ୍ସି ଜାରି ।

 

୧୨-ଏୟାରବସ୍‌ ଠାରୁ ୨୫୦ ଏୟାରକ୍ରାଫ୍ଟ କିଣିବ ଟାଟା ଗ୍ରୁପ୍, ଦୁନିଆର ସବୁଠୁ ବଡ଼ ବିମାନ ଡିଲ୍‌ ।

 

୧୩-ସଜେଇ ହେଉଛି ଉତ୍କଳମଣିଙ୍କ ଜନ୍ମ ମାଟି ସୁଆଣ୍ଡୋ: ଆସନ୍ତା ୨୩ରେ ଐତିହାସିକ ଗାଁକୁ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

୧୪-ଜିରୋ ପ୍ରତିଶତ ସୁଧ ମିଶନ ଶକ୍ତି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ୨୦୦ କୋଟି ସୁଧ ଛାଡ଼ ।

 

୧୫-5-ଟି ସ୍କୁଲର ରକ୍ଷାଣବେକ୍ଷଣ କରିବେ ମିଶନ ଶକ୍ତି ମହିଳା । ଆଗାମୀ ୩ ବର୍ଷରେ ୫୦ ହଜାର ଏସଏଚଜିଙ୍କୁ ଏସଏମଇରେ ପରିଣତ କରିବାକୁ ଲକ୍ଷ୍ୟ ।

 

୧୬-ବେଙ୍ଗାଲୁରୁଠାରେ ଏରୋ ଇଣ୍ଡିଆ ୨୦୨୩ ଅବସରରେ ଆୟୋଜିତ ହୋଇଥିବା ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଭାରତର ରକ୍ଷାମନ୍ତ୍ରୀ ରାଜନାଥ ସିଂହ ୨୭ଟି ଦେଶର ପ୍ରତିରକ୍ଷା ଏବଂ ସହ-ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।

 

୧୭-କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ୨୦୨୩-୨୪ ଆକଳନ ବର୍ଷ (୨୦୨୨-୨୩ ଆର୍ଥିକ ବର୍ଷ) ପାଇଁ ନୂଆ ଆୟକର ରିଟର୍ଣ୍ଣ ଫର୍ମ ଜାରି କରାଯାଇଛି।

 

୧୮-ଭାରତୀୟ ବଂଶୋଦ୍ଭବ ନିକ୍କି ହାଲିଙ୍କ ଘୋଷଣା: ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ।

 

୧୯-୨୦୩ ଘଣ୍ଟା ପରେ ଭଗ୍ନସ୍ତୂପରୁ ମହିଳା ଜୀବିତ ଉଦ୍ଧାର, ୧୯୮ ଘଣ୍ଟା ପରେ ଜୀବିତ ଉଦ୍ଧାର ହେଲେ ୨ ଭାଇ ।

 

୨୦-ଭାରତ ଆସିବେ ଆଉ ୧୨ ଚିତା । ଆସନ୍ତା ଶନିବାର ଦକ୍ଷିଣ ଆଫ୍ରିକାରୁ ଏହି ଚିତାଙ୍କୁ ଭାରତ ଅଣାଯିବ। ମଧ୍ୟପ୍ରଦେଶର କୁନୋ ନାସନାଲ ପାର୍କରେ ଚିତାଙ୍କୁ ରଖାଯିବ ।

 

୨୧-ଏଥର ହେବ ବମ୍ପର ଉତ୍ପାଦନ, ଗହମ କରିବ ରେକର୍ଡ; ୧୧.୨୨ କୋଟି ଟନର ରେକର୍ଡ ଉତ୍ପାଦନ ଅନୁମାନ ।

 

 

ସୁପ୍ରଭାତ ,ଶୁଭ ସକାଳ ।