ମୋହନା ମହୋତ୍ସବ ନିମନ୍ତେ ମଶାଲ ଶୋଭାଯାତ୍ରା ..

IMG-20260115-WA0041
Share


ଗଜପତି ଜିଲ୍ଲା ମୋହନା ବ୍ଲକରେ ଆଜି ଠାରୁ ଦୁଇ ଦିନ ଧରି ହେବାକୁ ଥିବା ମୋହନା ମହୋତ୍ସବ ନିମନ୍ତେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ମଶାଲ ଶୋଭାଯାତ୍ରା ସ୍ଥାନୀୟ କଲେଜ ଛକ ଠାରୁ ବିରାଟ ପଟୁଆରରେ ଉତ୍ସବ ସ୍ଥଳକୁ ନିଆଯାଇଛି। ଏହି ମଶାଲ ଶୋଭାଯାତ୍ରା ର ନେତୃତ୍ୱ ନେଇଥିଲେ ମୋହନା ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ। ଏହି ବିରାଟ ମଶାଲ ଶୋଭାଯାତ୍ରା ରେ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର,ଉପାଧ୍ୟକ୍ଷ ଶ୍ରୀମତୀ ବାଲ୍ମୀନା ଅଧିକାରୀ,ସମସ୍ତ ସରପଞ୍ଚ, ସମିତି ସଭ୍ୟ /ସଭ୍ୟା,କଲେଜ ଅଧ୍ୟାପକଙ୍କ ସମେତ ଛାତ୍ର ଛାତ୍ରୀ, ସମସ୍ତ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମେତ ଛାତ୍ର ଛାତ୍ରୀ ଏବଂ ମହିଳା ସ୍ବେଛାସେବୀ ସଂଘ, କୀର୍ତ୍ତନ ମଣ୍ଡଳୀ ମଶାଲ କୁ ବିରାଟ ପଟୁଆରରେ ଉତ୍ସବ ସ୍ଥଳକୁ ନେଇଥିଲେ।ଏହି ଶୋଭାଯାତ୍ରାରେ ରେଞ୍ଜର ଲଷ୍ମୀ ପ୍ରସାଦ ବିଷୋୟୀ,ସିଡିପିଓ, ସମସ୍ତ ସରକାରୀ ବେସରକାରୀ ଅଧିକାରୀ, ସ୍ଥାନୀୟ ପୋଲିସ ପ୍ରମୁଖ ଶୋଭାଯାତ୍ରାରେ ଭାଗ ନେଇଥିଲେ। ବିଡ଼ିଓ ଶ୍ରୀ ଦାସ ଏହି ଉତ୍ସବ ଆଡମ୍ବର ସହିତ ପାଳନ ହେବାକୁ ଥିବାରୁ ସ୍ଥାନୀୟ ଜନସାଧାରଣ ଏବଂ ରାଜ ନେତାଙ୍କ ସହଯୋଗ କାମନା କରିଥିଲେ।ଏହି ଦୁଇ ଦିନ ଓଡିଶା ର ସ୍ବନାମ ଧନ୍ୟ ଗାୟିକା ଗାୟକଙ୍କ ସମେତ ସ୍ଥାନୀୟ ଅଞ୍ଚଳ ର କଳାକାର ମାନେ ମଧ୍ୟ ନିଜର ଆଞ୍ଚଳିକ ସାଂସ୍କୃତିକ କଳା ପ୍ରଦର୍ଶନ କରିବା ସଙ୍ଗେ ଲୋକଙ୍କୁ ମୋହନା ଉତ୍ସବ ରେ ଉତ୍ସାହିତ କରିବେ ବୋଲି ଜଣାପଡିଛି।

You may have missed