April 26, 2026

ଚାନ୍ଦିପୁଟ କଲେଜରେ ସମ୍ମନିତ ଯୁବ ବିକାଶ କାର୍ଯ୍ୟକ୍ରମ…

UIYU7Y7
Share

ମୋହନା, ଗଜପତି ଜିଲ୍ଲା ଚାନ୍ଦିପୁଟ ଇନ୍ଦିରା ସ୍ମୃତି ଡିଗ୍ରୀ କଲେଜ ରେ ସମ୍ମନିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଉଛି l ରାଜ୍ୟ ସରକାରଙ୍କ ଯୁବ ଓ ସଂସ୍କୃତି ବିଭାଗ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗ ଉପ ସଚିବ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଉଦଘାଟନ କରିବା ସହ ଏହି କାର୍ଯ୍ୟକ୍ରମ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କ ଲୁକାୟିତ ପ୍ରତଭାର ବିକାଶ ହୋଇପାରିବ ବୋଲି କହିଛନ୍ତି l ଛାତ୍ର ଛାତ୍ରୀ ମାନଙ୍କ କିଭଳି ପାଠ ସହ ସାମଗ୍ରିକ ବିକାଶ ହୋଇପାରିବ ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି l ଡିଗ୍ରୀ କଲେଜ ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ l ଅନ୍ୟ ଅତିଥିଙ୍କ ମଧ୍ୟରେ ସରପଞ୍ଚ କନକ ଲତା ପାଲ, ସମିତି ସଭ୍ୟ ଗଣେଶ ମଣ୍ଡଳ , ଯୁକ୍ତ ୨ ଅଧ୍ୟକ୍ଷ ଡ଼.ରlଧlରମଣ ମହାନ୍ତି, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିପ୍ର ବଳିଆରସିଂ , ଯୁବନେତା ଲିଙ୍ଗରାଜ ପୁଜାରୀ, ପୂର୍ବତନ ସରପଂଚ ଜରିଆ କାର୍ଯ୍ୟ, କଲେଜ କମିଟି ସଦସ୍ୟ ସୋମନାଥ ବଳିଆରସିଂ, ଦେବଦତ୍ତ ବେହେରା ପ୍ରମୁଖ ଯୋଗଦେଇଥିଲେ l କାର୍ଯ୍ୟକ୍ରମ କୁ ବରିଷ୍ଠ ଅଧ୍ୟାପକ ଡ.ସନ୍ୟାସୀ ବେହେରା ଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ପରିଚlଳନl କରିଛନ୍ତି l ଛlତ୍ର ମାନଙ୍କ ଦ୍ଵାରା ପ୍ରଥମେ ବାଇକ ଶୋଭାଯାତ୍ରା ହୋଇଥିଲା ଏହାପରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l