April 27, 2026

ଉମରକୋଟ ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା…….

IMG-20251114-WA0008
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଉମରକୋଟ ବ୍ଲକ ଖାଣ୍ଡା

ସ୍ଥିତ ଖେଳ ପଡିଆ ଠାରେ ବ୍ଲକ ସ୍ତରୀୟ ମସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଉମରକୋଟ ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ଉମରକୋଟ ପୌରାଧ୍ୟକ୍ଷା ରାଧା ଭତ୍ରା, ମନ୍ତ୍ରୀ ପ୍ରତିନିଧି ଅଶୋକ ପାଢୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ରାଧେଶ୍ୟାମ ଲାଇକ, ଡାକ୍ତର ମନୋରଞ୍ଜନ ନନ୍ଦ, ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଷ୍ନୁ ଚରଣ କିଷାନ , ଝରିଗାଁ ବିଧାୟକ ପ୍ରତିନିଧି ସୋନା ମାଝି

ଜିଲ୍ଲା ପରିଷଦ ସଦସ୍ୟ ଚନ୍ଦନ ରାୟ ଯୋଗ ଦେଇଥିଲେ ଡାକ୍ତର ପ୍ରଜ୍ଞା ପରିମିତା ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, ଉଦ୍ୟାନ, ମୃତ୍ତିକା ସଂରକ୍ଷଣ , ଓମଫେଡ, ଜଳ ବିଭାଜିକା ବିଭାଗ ପକ୍ଷରୁ ପ୍ରଦର୍ଶନୀର ଆୟୋଜନ କରାଯାଇ ଥିଲା। ଏଥିରେ ଲୋକ ମାନଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆଯିବା ସହ ସଚେତନ କରାଯାଇଥିଲା ।ସରକାରଙ୍କ ଜନ ହିତକର ଯୋଜନା କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲାବେଳେ ଲୋକମାନେ ସରକାରଙ୍କ ବିଭିନ୍ନ ଯୋଜନା ର ଲାଭ ନେବାକୁ କହିଥିଲେ। ଏହି ଅବସରରେ ସଫଳ ଚାଷୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସହକାରୀ ପ୍ରାଣୀ ଚିକିତ୍ସକ ଡାକ୍ତର ଆଶିଷ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।