ମାଣବସା ଗୁରୁବାର ପୂଜା ରେ ଦେଶି ଆଳୁ ଖାଇ ୧୫ ଅସୁସ୍ଥ
ଚିକିଟି ଶୁଭଶ୍ର ପ୍ରଧାନ,

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ସାମନ୍ତିଆପଲ୍ଲୀ ଓ କେଲୁଆ ନିକଟସ୍ଥ ନାରାୟଣପୁର ଗ୍ରାମର ତିନି ପରିବାରଙ୍କ ୧୩ ଜଣ ସମେତ ୧୫ ଜଣ ବ୍ୟକ୍ତି ଦେଶି ଆଳୁ ଖାଇ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ସାମନ୍ତିଆପଲ୍ଲୀ ଗ୍ରାମର ଦୁଇ ପରିବାରର ଅସୁସ୍ଥ ମାନେ ହେଲେ ପି. ଝାନ୍ସି (୨୨), ପି. ପଦ୍ମା ଆଚାରୀ (୫୫), ପି. ମୋହନା ରାଓ ଆଚାରୀ (୬୯), ପି. ରାଣୀ ଆଚାରୀ (୩୭), କେ. ହେମା ଆଚାରୀ (୩୦), କେ. କୁସୁମାଞ୍ଜଳୀ ଆଚାରୀ (୨୯), କେ. ଅଞ୍ଜଳୀ ଆଚାରୀ (୨୧), କେ. କୂଷ୍ଣମୂର୍ତ୍ତୀ ଆଚାରୀ (୭୪), କେ. ରୋଜା ଆଚାରୀ (୪୧) ୯ ଜଣ ସମେତ ସମ୍ବାରୁ କନ୍ୟାରୀ (୫୦), ରାଜୀବ ପ୍ରଧାନ (୧୮) । ସେହିଭଳି ନାରାୟଣପୁର ଗ୍ରାମର ଦୁଇ ଦମ୍ପତି ସୁକାନ୍ତ ପ୍ରଧାନ (୪୦), ସୁଦାମ ପ୍ରଧାନ, କାମିନୀ ପ୍ରଧାନ (୩୫), ପଦ୍ମନୀ ପ୍ରଧାନ ପ୍ରମୁଖଙ୍କୁ ମିଶାଇ ୧୫ ଜଣ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ଏଥିରେ କେ. କୂଷ୍ଣମୂର୍ତ୍ତୀଙ୍କ ଅବସ୍ଥା ଗୁରୁତର ହେତୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି । ସାମନ୍ତିଆପଲ୍ଲୀ ଓ ନାରାୟଣପୁର ଗ୍ରାମର ଦୁଇ ଜଣ ବ୍ୟକ୍ତି ସାତ ଦିନ ପୁର୍ବେ କୌଣସି କାମରେ ଗୁଣପୁର ଯାଇ ଫେରିଲା ବେଳେ ରାସ୍ତାରେ ଗୁରୁବାର ପୁଜା ପାଇଁ ଦେଶି ଆଳୁ କିଣିଥିଲେ । ଆଜି ଗୁରୁବାର ହେତୁ ସେହି ଦେଶି ଆଳୁ ଖାଇ ସମେସ୍ତ ଅସୁସ୍ଥ ହୋଇଥିବା ଜଣାପଡ଼ିଛି ।
