June 21, 2026

ଭିନ୍ନମଣିଷ  , ବରିଷ୍ଠଙ୍କ ତୀର୍ଥ ଦର୍ଶନରେ ଉତ୍ସର୍ଗୀକୃତ ସତ୍ୟ ନାରାୟଣ  ଡା.ରାଜାରାମ ଷଡ଼ଙ୍ଗୀ 

IMG-20241114-WA0012
Share

ସମୟ ଅନୁଯାୟୀ ଭିନ୍ନ ମଣିଷଙ୍କ ଭିନ୍ନ ଭିନ୍ନ ୠଚି ରହିଥାଏ। ଚାକିରୀରୁ ଅବସର ନେବାପରେ ବୟସର ଅବସର ଭିତରେ ଅନ୍ୟଙ୍କୁ ସାମିଲ କରି ନିଜର ଖୁସୀ ସହ ଅନ୍ୟର ଖୁସୀ ଓ ଆନନ୍ଦ ପାଇଁ ଉତ୍ସର୍ଗୀକୃତ ଜୀବନର ଅଭାବ ନାହିଁ। ଏଭଳି ଜଣେ ବ୍ୟକ୍ତିତ୍ୱ ଜୀବନ ଦର୍ଶନକୁ ଚର୍ଚ୍ଚା ଖୁବ ଧରିଛି।

 

ବରଗଡ଼ ୱାର୍ଡ ନମ୍ବର ୧୧ ଶକ୍ତି ନଗର ବାସୀନ୍ଦା ତଥା ସିମେଣ୍ଟ ଫ୍ୟାକ୍ଟ୍ରି ର ଅବସର ପ୍ରାପ୍ତ କର୍ମଚାରୀ ସତ୍ୟ ନାରାୟଣ ପଣ୍ଡାଙ୍କୁ ନେଇ ଏଭଳି ଚର୍ଚ୍ଚା ପଦାକୁ ଆସିଛି।ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସେବାରେ ନିମଗ୍ନ ଥିବା ସତ୍ୟନାରାୟଣଙ୍କ ତୀର୍ଥ ଦର୍ଶନ ଭଳି ବରିଷ୍ଠ ନାଗରୀକଙ୍କ ପାଇଁ ସାମାଜିକ ଓ ଆଧ୍ୟାତ୍ମିକ ସେବା କାର୍ଯ୍ୟ ଏବେ ଦି’ ପାଦ ଆଗକୁ ବଢ଼ାଇଛି ସତ୍ୟନାରାୟଣ ଓ ତାଙ୍କ ଟିମକୁ।

 

ଗତବର୍ଷ ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ଚଳିତ ବର୍ଷ ନେପାଳ ଯାତ୍ରା ପରେ ଆସନ୍ତା ଜାନୁୟାରୀ ମାସରେ ବରିଷ୍ଠ ନାଗରୀକ ମାନଙ୍କୁ ନେଇ କେରଳ ଯାତ୍ରା କରିବାକୁ ଅଣ୍ଟା ଭିଡ଼ିଛନ୍ତି ସତ୍ୟନାରାୟଣ।

 

ଚାରିଧାମ ଯାତ୍ରା ରେ ପ୍ରାୟ ୮୫ ଜଣ ଯାତ୍ରୀ ଙ୍କୁ ନେଇ ସୁରୁଖୁରୁରେ ଯାତ୍ରା ସମ୍ପାଦନ କରିଥିବା ବେଳେ ନେପାଳ ଯାତ୍ରା ପ୍ରାୟ ନବେ ଯାତ୍ରୀ ଙ୍କୁ ନେଇ ନିର୍ବିଘ୍ନ ରେ ଦର୍ଶନ କରି ଫେରିଥିଲେ।

 

ଏବେ ୨୦୨୫ ଜାନୁଆରୀ ମାସ ରେ କେରଳ ଯାତ୍ରା ପାଇଁ ସଜବାଜ ହେଉଥିବା ଶ୍ରୀ ପଣ୍ଡା କହିଛନ୍ତି । ତେବେ ଏହିସବୁ ଯାତ୍ରା ରେ ପ୍ରାୟତଃ ବରିଷ୍ଠ ନାଗରିକ ରହିଥିବାରୁ ଦାଇତ୍ୱ ଅଧିକ ଥାଏ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ ମଧ୍ୟ୍ୟ ଏହାକୁ ନିଜର କିଛି ବନ୍ଧୁ ଆନ୍ତରିକତାର ସହିତ ନିର୍ବାହ କରି ବରିଷ୍ଠ ନାଗରୀକ ମାନଙ୍କୁ ତୀର୍ଥ ଯାତ୍ରାରେ ନେଇ ସୁରକ୍ଷିତ ଭାବେ ପୁଣି ନିଜ ଘରକୁ ଫେରାଇ ଆଣିଥାନ୍ତି।

 

ଏହି ଯାତ୍ରାରେ ପ୍ରତ୍ୟେକ ତୀର୍ଥ ଯାତ୍ରୀଙ୍କ ସହଭାଗିତା ରହିଥିଲେ ମଧ୍ୟ ସମସ୍ତ ଯାତ୍ରୀଙ୍କ ଗମନା ଗମନ, ରହଣି ଓ ରହଣି ଭଳି ସବୁ ସୁବିଧା ସହିତ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ୍ୟ ଯତ୍ନବାନ ରହିଥାନ୍ତି?ଶ୍ରୀ ପଣ୍ଡା ସମସ୍ତ ଯାତ୍ରା ରେ ସମସ୍ତ ଙ୍କ ପାଇଁ ସୁବ୍ୟବସ୍ଥିତ ଯିବାଆସିବା,ରହିବା ଖାଇବା ଇତ୍ୟାଦି ରେ ଅଧିକ ଧ୍ୟାନ ଦେଇଥାନ୍ତି ଓ ସେଥିପାଇଁ କୈାଣସି ଟୁର ଲିଷ୍ଟ ବାହାର କରିବା ମାତ୍ରେ ଅଧିକ ରୁ ଅଧିକ ଯାତ୍ରୀ ଯିବାକୁ ଆଗଭର ହୋଇଥିବା ଦେଖିବାକୁ ମିଳିଥାଏ।

 

ବିଭିନ୍ନ ସେବା ଭଳି ବରିଷ୍ଠଙ୍କ ତୀର୍ଥ ଯାତ୍ରା ସେବା ଏକ ପୂଣ୍ୟ କାମ ହୋଇଥିବାରୁ ସତ୍ୟନାରାୟଣ ନିଜ କିଛି ବନ୍ଧୁ,ସହକର୍ମୀ ଓ ଶୁଭେଛୁଙ୍କ ସହଯୋଗରେ ଏଭଳି ବାର୍ଷିକ ତୀର୍ଥ ଯାତ୍ରାର ମାର୍ଗଦର୍ଶକ ସାଜିଛନ୍ତି।

 

ସମ୍ବଲପୁର

ଫୋନ:୯୪୩୭୪ ୦୫୪୫୫