ଗଞ୍ଜାମ ର ପ୍ରସିଦ୍ଧ ଠାକୁରାଣୀ ମା ଗଙ୍ଗାଦେବୀ ଙ୍କ ପୀଠ ରେ ଯାତ୍ରା ଆରମ୍ଭ, ..
ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଂଚାୟତ ର ପୁରୁଣା ବନ୍ଧ ନିକଟରେ ଅବସ୍ଥିତ ଠାକୁରାଣୀ ମା ଗଙ୍ଗା ଦେବୀ ଙ୍କ ପୀଠ ରେ ପବିତ୍ର ଦଶହରା ଅବସରରେ ଯାତ୍ରା ରବିବାର ଠାରୁ ଆରମ୍ଭ ହୋଇଛି l ଏହି ଅବସରରେ ଶନିବାର ଦିନ ରାତ୍ର ମା ପଟୁଆର ରୁଷାଣୀ ଗ୍ରାମ୍ୟ ପରିକ୍ରମା କରିଥିଲେ l ସେହିପରି ମା ଗଙ୍ଗାଦେବୀ,ଖଣ୍ଡେଶ୍ୱର ମହାପ୍ରଭୁ ଓ ବରପଲ୍ଲୀ ଗ୍ରାମରେ ପୁଡ଼ୁକେଶ୍ୱର ମହାପ୍ରଭୁ ଙ୍କୁ ଶୋଭାଯାତ୍ରା ରେ ଗ୍ରାମ୍ୟ ପରିକ୍ରମା ସହ ଦ୍ଵାର ଭୋଗ ଖାଇଥିଲେ l ରବିବାର ଦିନ ପ୍ରାପ୍ତ ସକାଳୁ ମା ଗଙ୍ଗାଦେବୀ ସହ ଦୁଇ ଠାକୁର ତ୍ରିବେଣୀ ମଠ ଛକ ଠାରେ ସଙ୍ଗମ ହୋଇଥିଲେ l ପରେ ଗଞ୍ଜାମ ସହର ଦେଇ ସମସ୍ତେ ଋଷିକୁଲ୍ୟା ନଦୀ କୁ ସାନ୍ନ ପାଇଁ ଶୋଭାଯାତ୍ରା ରେ ଯାଇଥିଲେ l ସେଠାରେ ପରମ୍ପରା ରୀତିନୀତି ଅନୁଯାଇ ସ୍ନ୍lନ କରାଯାଇଥିଲା l ଶେଷରେ ପୁଣି ସମସ୍ତେ ଶୋଭାଯାତ୍ରା ରେ ଗଞ୍ଜାମ ବଜାର ପରିକ୍ରମା କରି ନିଜ ନିଜ ମନ୍ଦିର ର କୁ ଫେରିଥିଲ l ମା ଗଙ୍ଗାଦେବୀ ଫରିବା ପରେ ଯାତ୍ରା ଆରମ୍ଭ ହୋଇଥିଲା l ଦିନରେ ସଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୂପ ନବରଙ୍ଗ ନାଟକ, ସନ୍ଧ୍ୟା ରେ ଦୁଇଟି ରାମାୟଣ ନାଟକ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି l ଏହି ଯାତ୍ରା କୁ ପୁରୁଣା ବନ୍ଧ ଗ୍ରାମ ସମେତ ପାଳିବନ୍ଦ ଗ୍ରାମପଞ୍ଚାୟତ ର ସମସ୍ତ ଗ୍ରାମ ସହଯୋଗ କରୁଛନ୍ତି l ବିଭିନ୍ନ ଅଂଚଳ ରୁ ବହୁ ଲୋକମାନେ ଯାତ୍ରା ରେ ସମାଗମ ହେଉଥିବା କାର୍ଯ୍ୟକ୍ରମ କୁ ପଞ୍ଚାୟତ ସରପଞ୍ଚ, ସମିତିସଭ୍ୟ ପଞ୍ଚାୟତ ବାସିନ୍ଦା ତଦାରଖ କରିବାସହ ପୋଲିସ ପ୍ରଶାସନ୍ନ ଶାନ୍ତି ଶୃଙ୍ଖଳା ରଖିଥିବା ଜଣାପଡିଛି l(ପ୍ରଦୀପ କୁମାର ପଣ୍ଡା )