April 28, 2026

ପଦ୍ମପୁର ବ୍ଲକ ସଦର ମହକୁମାଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ।

IMG-20241014-WA0048
Share

 

ପଦ୍ମପୁର / -(ସୁରେନ୍ଦ୍ର ମହାନ୍ତି )ରାୟଗଡ ତା:୧୪.୧୦.୨୦୨୪ ରିଖ ଦିନ ରାୟଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ପଦ୍ମପୁର ବ୍ଲକ ସଦର ମହକୁମା ସଦ୍ଭାବନା ସଭା ଗୃହ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଆରକ୍ଷୀ ଅଧିକ୍ଷକ ସ୍ୱାତି ଏସ କୁମାର, ଗୁଣପୁର ଉପ ଜିଲ୍ଲାପାଳ କିରନ ଦୀପ କୌର ସହାତ, ଜିଲ୍ଲାମୁଖ୍ୟ ଚିକିତ୍ସା ତଥା ଜନସ୍ଵାସ୍ଥ୍ୟ ଅଧିକାରୀ ଲାଲ ମୋହନ ରାଉତରାୟ, ପଦ୍ମପୁର ବ୍ଲକ ଅଧ୍ୟକ୍ଷା ମଣିମାଲା ଶବର ଉପସ୍ଥିତ ରହି ସମସ୍ତ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ଆଜି ମୋଟ ୨୮ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ୨୦ଗୋଟି ବ୍ୟକ୍ତିଗତ ଓ ୦୮ଗୋଟି ଗୋଷ୍ଠୀ ଗତ ଅଭିଯୋଗ ଥିଲା । ପଦ୍ମପୁରକୁ ଏନଏସି ମାନ୍ୟତା, ଧାନର ଏମଏସ୍ପି ବୃଦ୍ଧି, ରାସ୍ତା, ପାନୀୟ ଜଳ, ଆବାସ ଘର ଆଦି ଅଭିଯୋଗ ଅତିରିକ୍ତ ଜିଲ୍ଲାପାଳ ଗ୍ରହଣ କରି ତୁରନ୍ତ ସମାଧାନ କରିବା ନିମନ୍ତେ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ ।