August 26, 2026

ଜେକେ ପୁର ଠାରେ ମହାଆଡ଼ମ୍ବର ରେ ରାବଣ ଦହନ ଅନୁଷ୍ଠିତ 

IMG-20241014-WA0042
Share

ରାୟଗଡା : ସମଗ୍ର ରାୟଗଡା ଜ଼ିଲ୍ଲା ର ବିଭିନ୍ନ ସ୍ଥାନ ରେ ବିଜୟା ଦଶମୀ ରାବଣ ଦହନ ଅତି ଆନନ୍ଦଉଲ୍ଲାସ ର ସହିତ ପାଳନ ହୋଇଯାଇଛି l ଯେକେକାଗଜ କଳ ପକ୍ଷରୁ ଆୟୋଜିତ ଦଶହରା ପୂଜା କାର୍ଯ୍ୟକ୍ରମ ରେ 13/10/2024 ଦିନ ଚାନ୍ଦିଲି ଥାନା ଆନ୍ତର୍ଗତ ଯେକେକାଗକକ ର ଟ୍ରକ ରହଣି ପଡିଆ ଠାରେ ପବିତ୍ର ବିଜୟା ଦଶମୀ ପାଳନ ହୋଇଯାଇଛି l ପବିତ୍ର ବିଜୟା ଦଶମୀ ଏହି ଦିନ ଭଗବାନ ଶ୍ରୀରାମ ଲଙ୍କାପତି ଦଶନାନ ରାବଣ କୁ ବଧ କରି ଧରା ପୃଷ୍ଠ ରୁ ପାପ ର ଭାର ହ୍ରାସ କରିଥିଲେ l ଏଥିପାଇଁ ଆଜିର ଦିନରେ ପାପ, ଅଂହକାର, ଅସତ୍ୟ ର ପ୍ରତୀକ ସ୍ୱରୂପ ଦୃଷ୍ଟ ଶକ୍ତି ରାବଣ ର ଦହନ କରାଯାଇଥିଲା ସେଥିପାଇଁ ଏହି ଦିନ ରାବଣ ପୋଡି ଭାବେ ପାଳନ କରାଯାଏ l ଜେକେପୁର ଠାରେ ଆୟୋଜିତ ରାବଣ ପୋଡି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାୟଗଡା ପୋଲିସ ଏସ ପି ସ୍ଵାଥୀ ଏସ କୁମାର, କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ସମ୍ମାନିତ ଅତିଥିଭାବେ ରାୟଗଡା ଅତିରିକ୍ତ ଜ଼ିଲ୍ଲାପାଳ ଭାସ୍କର ଚନ୍ଦ୍ର ରୋଇତ, ଜ଼ିଲ୍ଲା ଲୋକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ, ଯୋଗ ଦେଇ ଥିଲେ l ପୂଜକ ପୂଜା ଅର୍ଚନା ପରେ ଏସ ପି ଓ ସାଂସଦ ନଡ଼ିଆ ଭାଙ୍ଗି ଥିଲେ l ପରେ ପରେ ଏସପି ସ୍ଵାଥୀ ଏସ କୁମାର ବାଣ ସଂଯୋଗ କରି ରାବଣ କୁ ଦହନ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ହଜାର ହଜାର ଦର୍ଶକ ଏହି ରାବଣ ପୋଡି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ l ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଉଥିଲା l ରାୟଗଡା ଏସ୍ଡ଼ିପିଓ ରଶ୍ମି ରଂଜନ ସେନାପତି, ରାୟଗଡା, ଚାନ୍ଦିଲି ଓ ଶେଷଖାଲ ଥାନା ଅଧିକାରୀ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱବଧାନ ରେ ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ କରାଯାଇଥିଲା l ପୂଜା କମିଟି ଅଧକ୍ଷ ଭିନୟ ଦ୍ବିବେଦୀ, ଉପାଦକ୍ଷ ବିଶ୍ୱଜିତ ଦ୍ବିବେଦୀ, ସମ୍ପାଦକ ସୁଦିପ ପାଣ୍ଡେ,, ଯୁଗ୍ମ ସମ୍ପାଦକ ଏସ କେ ସାମନ୍ତ ରାୟ, ମିଳନ, ଖମାରି ବାବୁ ଆଜିର ଏହି କାର୍ଯ୍ୟକ୍ରମ କୁ ଅତି ସୁନ୍ଦର ଭାବେ ଆୟୋଜନ କରିଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed