April 26, 2026

ଖନ୍ତାପଡା ୧୪ତମ ମହୋତ୍ସବ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

IMG-20241014-WA0038
Share

 

 

 

ବାଲେଶ୍ଵର ଜିଲ୍ଲା ଖନ୍ତାପଡା ରେ ଖନ୍ତାପଡା ମହୋତ୍ସବ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଅଧିକ ସରସ ସୁନ୍ଦର ସାଜସଜ୍ଜା କରିବା ପାଇଁ ନିଷ୍ପତ୍ତି ହୋଇଛି। ନଭେମ୍ବର ୩ତାରିଖରୁ ମହୋତ୍ସବ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସଭାପତି ଚନ୍ଦନେଶ୍ଵର ବେହେରା କହିଛନ୍ତି। ଚଳିତବର୍ଷ ମହୋତ୍ସବ ରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଆଚଳଚ୍ଚିତ୍ର ଜଗତର ସୁନାମଧନ୍ୟ କଳାକାର ଏବଂ ଖୋର୍ଦ୍ଧାର ପାଇକ ଆଖଡ଼ା, ପୁରୀର ଗୋଟିପୁଅ ନୃତ୍ୟ ସାଙ୍ଗକୁ, ମୀନା ବଜାର, ଦୋଳି , ସାଙ୍ଗକୁ ପ୍ରଦର୍ଶନୀ ପଡ଼ିଆରେ କିଭଳି ଅଧିକ ଦର୍ଶକ ସମାଗମ ହେବେ, ସେନେଇ ସୁବ୍ୟବସ୍ଥା ହେବ। ବୈଠକରେ କମିଟି ର ସଭାପତି ଚନ୍ଦନେଶ୍ଵର ବେହେରା, ଭାକ୍ସର ଦାସ, ବନମାଳୀ ବେହେରା, ଉମାକାନ୍ତ ଘଡିଆ,ବିଶ୍ଵରଞ୍ଜନ ବାରିକ୍, ତାରାକାନ୍ତ ଦାସ, ଦୀପକ୍ କୁମାର ରଣା, ଗୋପାଳ ଚନ୍ଦ୍ର ଦାସ,ତଫାନ କୁମାର ଦାଶ, ଚନ୍ଦନେଶ୍ଵର ମହାଳିକ, ସତ୍ୟବ୍ରତ ବାରିକ୍, ରାଜେନ୍ଦ୍ର କୁମାର ସ ଶୁଭେନ୍ଦୁ ମହାନ୍ତି, ନାରାୟଣ ପାତ୍ର,ରୋହିତ୍ ମଲିକ୍ , ବାବୁଲା ସେଠୀ ଗୁରୁପ୍ରସାଦ ସେଠୀଏବଂ ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ।

 

 

ଦେବାଶିଷ ଦାଶ୍ କ୍କ ରିପୋର୍ଟ