ରାୟଗଡ଼ା ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟ ଗସ୍ତରେ ଅଷ୍ଟ୍ରେଲିଆ ପ୍ରଫେସର
ରାୟଗଡ଼ା: ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ କୁ ଆଜି ଅଷ୍ଟ୍ରେଲିଆ ସ୍ଥିତ ମୋନାଶ ସ୍କୁଲ ଅଫ ରୁରାଲ୍ ହେଲଥ୍ ଅନୁଷ୍ଠାନ ର ନର୍ସିଂ ବିଭାଗ ସଂଯୋଜକ ପ୍ରଫେସର ମାର୍କ ହେଲ୍ଡ ଓ ସେଞ୍ଚୁରିଅନ ବିଶ୍ବ ବିଦ୍ୟାଳୟର ରାଜ୍ୟ ନିର୍ଦେଶକ (ଓଡ଼ିଶା ଓ ଆନ୍ଧ୍ର) ପ୍ରଫେସର ସୁନିଲ କୁମାର ଝା ଦିନିକିଆ ଗସ୍ତରେ ଆସି ବିଶ୍ଵ ବିଦ୍ୟାଳୟ ପରିସର ପରିଦର୍ଶନ କରିଥଲେ l ଉଭୟ ଅତିଥିଙ୍କୁ ରାୟଗଡ଼ା ସେଞ୍ଚୁରିଅନ ବିଶ୍ବ ବିଦ୍ୟାଳୟ ନିର୍ଦ୍ଦେଶକ ଡ଼ଃ.ରଜେଶ କୁମାର ପାଢ଼ୀ, ଫାର୍ମାସୀ ଅଧ୍ୟକ୍ଷ ଚନ୍ଦ୍ରଶେଖର ପାତ୍ର, ନର୍ସିଂ ଅଧ୍ୟକ୍ଷ କେ.ଉର୍ମିଳା, ପ୍ରଶାସନିକ ଅଧିକାରୀ କୃଷ୍ଣଚନ୍ଦ୍ର ମହାପାତ୍ର, ମାର୍କେଟିଂ ମୁଖ୍ୟ ତାପସ କୁମାର ବାରିକ ସମ୍ମାନର ସହ ସ୍ବାଗତ କରିଥିଲେ । ସେହିପରି ବିଶ୍ବ ବିଦ୍ୟାଳୟ ସ୍ଥିତ ପ୍ରେକ୍ଷାଳୟରେ ନର୍ସିଂ ଛାତ୍ରଛାତ୍ରୀଙ୍କ ସହ କିଛି ଗୁରୁତ୍ୟପୂର୍ଣ୍ଣ ବିଷୟ ସମ୍ପର୍କରେ ଆଲୋଚନା କରିବା ସହ ନର୍ସିଂ କ୍ଷେତ୍ରରେ ଭବିଶ୍ଵତ୍ ଗଠନ କରି ରୋଗୀଙ୍କୁ ଆବଶ୍ୟକୀୟ ସ୍ବାସ୍ଥ୍ୟ ସେବା ଯୋଗଇବା ପାଇଁ ଉତ୍ସାହିତ କରିଥିଲେ। ଶେଷରେ ନିର୍ଦ୍ଦେଶକ ଡ଼ଃ.ରଜେଶ କୁମାର ପାଢ଼ୀଙ୍କ ଦ୍ଵାରା ଅଷ୍ଟ୍ରେଲିଆ ରୁ ଆସିଥିବା ପ୍ରଫେସର ମାର୍କ ହେଲ୍ଡଙ୍କୁ ଉପଢକନ ଓ ଉପହାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ