November 26, 2024

ପ୍ରାଥମିକ ସହାୟତା ପ୍ରଶିକ୍ଷଣ ନିମନ୍ତେ ରାଜ୍ୟସ୍ତରୀୟ ପୁରସ୍କାର 

Share

   ବେଲଗୁଣ୍ଠା,14/09,ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ବର୍ତ୍ତମାନ ଆଙ୍କୁଶପୁର ନିବାସୀ ବି ଗୋବିନ୍ଦ ରାଓ ପ୍ରାଥମିକ ସହାୟତା ପ୍ରଶିକ୍ଷଣ ଦେଇ ରାଜ୍ୟସ୍ତରରେ ପୁରସ୍କୃତ ହୋଇଛନ୍ତି |ଭୁବନେଶ୍ୱର ରେଡ଼କ୍ରସ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରାଥମିକ ସହାୟତା ଦିବସ ପାଳନ ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗି ମାନପତ୍ର ଓ ଉପଢୌକନ ଦେଇ ପୁରସ୍କୃତ କରିଥିଲେ |ରାଜ୍ୟ ସ୍ତରରେ ବିଭିନ୍ନ ସମୟରେ କଲେଜ଼ ଏବଂ ଅନୁଷ୍ଠାନ ମାନଙ୍କରେ ପ୍ରଶିକ୍ଷଣ ଦେଇ ଉଚ୍ଚ ପ୍ରଶଂସିତ ହୋଇଥିଲେ |ସରକାରଙ୍କ ଦ୍ୱାରା ସମ୍ପ୍ରତି ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହାର କମାଇବା ପାଇଁ ରକ୍ଷକ ପ୍ରଶିକ୍ଷଣର ମୁଖ୍ୟ ପ୍ରଶିକ୍ଷକ ଅଟନ୍ତି |ଏହି ଅବସରରେ ଭାରତୀୟ ରେଡ଼କ୍ରସ ସଂସ୍ଥା ଓଡିଶା ଶାଖାର ପୂର୍ବତନ ସଚିବ ସିଟିଏମ ସୁଗୁଣା, ଯୁବ ରେଡ କ୍ରସ ଅଧିକାରୀ ଡ଼ ରମେଶ ବେହେରା, କନିଷ୍ଠ ରେଡ଼କ୍ରସ ଅଧିକାରୀ ଲଷ୍ମଣ ସ୍ୱାଇଁ, ରାଜ୍ୟ ଯୁବରେଡ଼କ୍ରସ ସଂଯୋଜକ ଗୋପାଳ କୃଷ୍ଣ ମିଶ୍ର, ସଂଯୋଜିକା ସଂଯୁକ୍ତା ବାରିକ ପ୍ରମୁଖ ମଂଚାସୀନ ଥିଲେ |ଏଥିପାଇଁ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ଅଜୟ କୁମାର ତ୍ରିପାଠୀ, ଯୁବ ରେଡ଼କ୍ରସ ଜ଼ିଲ୍ଲା ସମ୍ପାଦକ ଡ଼ ମିଲିମିତା ପାଢ଼ି, ଜ଼ିଲ୍ଲା ସଂଯୋଜକ ଡ଼ ଜଗଦୀଶ ପାଲ, କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ସୁଶାନ୍ତ କୁମାର ଲେଙ୍କା ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି |

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.