November 26, 2024

ଉମରକୋଟ ଭାଜପା କାର୍ଯ୍ୟାଳୟ ରେ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ…….

Share

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବି ଜେ ପି କାର୍ଯ୍ୟାଳୟ ଠାରେ ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସ୍ତରିୟ ସଦସ୍ୟତା ଅଭିଯାନ କର୍ମଶାଳା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ତିନୋଟି ବିଜେପି ଅଧିକୃତ ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପଦାଧିକାରୀ କାର୍ଯ୍ୟକର୍ତା ଙ୍କୁ ନେଇ ଆରମ୍ଭ କରା ଯାଇଥିଲା ।

ଏହି ସଦସ୍ୟତା ଅଭିଯାନ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ୍ ପ୍ରସାଦ ନଡ୍ଡା ଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇ ସାରା ଦେଶ ଏହାକୁ ବ୍ୟାପକ ରୁପେ ପାଳନ କରୁଅଛି । ପ୍ରତି ୬ବର୍ଷ ରେ ଥରେ ପାର୍ଟି ସଦସ୍ୟତା ଅଭିଯାନ ସଂଗଠନ ପର୍ବ ରୁପେ ପାଳନ କରି ଆସୁଅଛି । ସେପ୍ଟେମ୍ବର ୨ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ପ୍ରାଥମିକ ସଦସ୍ୟତା ହେବାପରେ ସେ ଦିନଠାରୁ ସାରା ଦେଶବ୍ଯାପୀ ଏହି କାର୍ଯ୍ୟକ୍ରମ ପ୍ରଥମ ଚରଣ ରୁପେ ଚାଲୁଅଛି । ୧୮୮ ୦୦ ୦୦ ୨୦୨୪ନଂ ରେ ମିସ୍ କଲ୍ କଲେ ବ୍ୟକ୍ତି ଭାଜପାର ପ୍ରାଥମିକ ସଦସ୍ୟ ହେବାର ନିର୍ଦେଶ ଅଛି । ଏହା ପୂର୍ବରୁ ମଧ୍ୟ ଏହି ମାଧ୍ୟମରେ ସଦସ୍ୟତା ହୋଇ ପାରୁଥିଲେ ମଧ୍ୟ ପାର୍ଟି ପୁନର୍ବାର ପତି ୬ବର୍ଷ ରେ ଏହାକୁ ରେନୁଆଲ ଭାବରେ କାର୍ଯ୍ୟ କରି ଚାଲିଛି । ଗତ ୨୦୧୪ ରେ ୧୧ କୋଟି ଏବଂ ୨୦୧୯ରେ ଏଥିରେ ପୁଣି ୭ କୋଟି ଯୋଡିତ ହୋଇ ୧୮ କୋଟି ସଦସ୍ୟତା କରି ଭାରତୀୟ ଜନତା ପାର୍ଟି ସାରା ବିଶ୍ବରେ ନଂ୧ ରାଜନୈତିକ ଦଳ ରୁପେ ନିଜର ପରିଚୟ ଦେଇ ଥିଲା, ବର୍ତ୍ତମାନ ପାର୍ଟିର ନିର୍ଦ୍ଦେଶ ବୁଥ୍ ସ୍ତର ରୁ ନେଇ ଶକ୍ତି କେନ୍ଦ୍ର,ମଣ୍ଡଳ, ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ହୋଇ ସାରା ଦେଶରେ ଏହା ବ୍ୟାପକ ରୂପେ ହେବ ଏହା ହିଁ ପାର୍ଟି ର ଲକ୍ଷ୍ୟ ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ମୁଖ୍ୟ ଅତିଥି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ,ପୂର୍ବତନ ସାଂସଦ ପର୍ଶୁରାମ ମାଝୀ,ଜିଲ୍ଲା ସଭାପତି ଜଗଦୀଶ ବିଷୋୟୀ ,ମନିଜର ଆର୍ଯ୍ୟ, ଅଚ୍ୟୁତ ବିଷୋୟୀ , ଦେବଦାସ ମହାଙ୍କୁଡ, ଅଶୋକ କୁମାର ପାଢୀ, ପ୍ରମୁଖ ଜିଲ୍ଲା ନେତୃ ମଣ୍ଡଳୀ ଟୋଲି ଉପସ୍ଥିତ ଥିଲେ ।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.