March 12, 2026

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅବସରରେ ‍‍ମଣ୍ଡଳସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା। 

IMG-20240914-WA0012
Share

 

ବୋଲଗଡ଼,(ଉପାନ୍ତ ଖବର):ବୋଲଗଡ଼ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ – ୨୦୨୪ ଅବସରରେ ସ୍ଥାନୀୟ ମଣ୍ଡଳ ସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସ୍ଥାନୀୟ ସରକରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ଯାଜ୍ଞସେନୀ ସାହୁ, ବାମନ ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୀତବାସ ଲେଙ୍କା, ବିଆରସି ସି କୈଳାସ ନାଥ ସ୍ୱାଇଁ, ଏବିଇଓ ଅମିତା ମିଶ୍ର ପ୍ରମୁଖ ମଂଚାସୀନ ଥିଲେ l ସେହିପରି ଉଦଯାପନୀ ଉତ୍ସବରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟା ସୁନନ୍ଦିତା ସାହୁ , ସମିତି ସଭ୍ୟା ନିର୍ମଳା ପ୍ରଧାନ ଙ୍କ ସମେତ ବିଇଓ ଶ୍ରୀ ବଳବନ୍ତରାୟ,ଏବିଇଓ ଶ୍ରୀ ସ୍ୱାଇଁ, ଶ୍ରୀମତୀ ମିଶ୍ର ଓ ପୂର୍ବତନ ବିଆରସିସି ଶ୍ରୀ ବେହେରା ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସାହୁ ଏବଂ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଲେଙ୍କା,ବାମନ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଶୋକ କୁମାର ଦଳବେହେରା ପ୍ରମୁଖ ମଂଚାସୀନ ଥିଲାବେଳେ ଏବଂ ସମସ୍ତ ସିଆରସିସି ଉପସ୍ଥିତ ରହି ପିଲାମାନଙ୍କୁ ଉଦବୋଧନ ଦେଇ ସେମାନଙ୍କୁ ଉତ୍ସାହିତ କରିଥିଲେ।।ଏହି ପ୍ରତିଯୋଗିତା ରେ ବିଭିନ୍ନ ବିଦ୍ୟାଳୟରୁ ବରିଷ୍ଠ ବିଭାଗ ରୁ ୮୪ଜଣ ଛାତ୍ରଛାତ୍ରୀ, କନିଷ୍ଠ ଓ ଉପକନିଷ୍ଠ ବିଭାଗ ରୁ ୧୬୭ଜଣ ମୋଟ୨୫୧ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।ଗାଇଡ ଟିଚର ଏବଂ ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ମିଶାଇ ମୋଟ ୧୨୮ ଜଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପ୍ରତିଯୋଗିତା କୁ‌ ପରିଚାଳନା କରୁଥିଲେ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀ ଓ ୧୩ଜଣ ସିଆରସିସି ମାନେ। ପ୍ରତିଯୋଗିତା ରେ ବିଭିନ୍ନ ବିଭାଗର କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ତଥା ଉପହାର ବଣ୍ଟନ ହେବା ସହିତ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର, ପ୍ରମାଣ ପତ୍ର ତଥା ଉପହାର ବଣ୍ଟନ ବଣ୍ଟନ କରାଯାଇଥିଲା। ବରିଷ୍ଠ ବିଭାଗ ରୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ ପିଚୁକୁଳି ସ୍ଥିତ ଶ୍ରୀରଘୁନାଥଦେବ ସରକାରୀ ଉଚ୍ଚ ବିଦ୍ୟାଳୟର ୧୦ଶ୍ରେଣୀ ର ଛାତ୍ରୀ ଆସିଶ୍ରୀ ଜେନା , କନିଷ୍ଠ ବିଭାଗ ରୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ପ୍ରହଲ୍ଲାଦ ସୁନ୍ଦରାୟ ଓ ଉପ କନିଷ୍ଠ ବିଭାଗ ରୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଖଲ୍ଲିକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୫ମ ଶ୍ରେଣୀ ଛାତ୍ର ରୁଦ୍ର ମାଧବ ସାହୁ l ସହକାରୀ ଶିକ୍ଷକ ବିଜୟ କୁମାର ସାହୁ ମଞ୍ଚ ପରିଚାଳନା କରିଥଲେ ଏବଂ ବିଭୁ ପ୍ରସାଦ ରଥ ସ୍ୱାଗତ, ଅତିଥି ପରିଚୟ ଓ ଧନ୍ୟବାଦ ପ୍ରଦାନ କରିଥିଲେ l

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed