March 13, 2026

ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକର ଦୁର୍ଗୀ ଠାରେ ସୁଭଦ୍ରା ଯୋଜନା ରଥ ର ଶୁଭ ଆରମ୍ଭ

IMG-20240914-WA0001
Share

 

 

ରାୟଗଡା :ବିଷମକଟକ ବ୍ଲକ୍ ଅନ୍ତର୍ଗତ ଦୁର୍ଗୀ ପଞ୍ଚାୟତ ଠାରେ ଆଜି ରାଜ୍ୟ ସରକାରଙ୍କ ଶୁଭଦ୍ରା ସଚେତନତା ରଥ ଉଦଘାଟନ ହୋଇଛି। ଦୁର୍ଗୀ ପଞ୍ଚାୟତର ସରପଞ୍ଚ ଶ୍ରୀ ବିଜୟ କୁମୁରୁକାମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଛନ୍ତି।ଏହି କାର୍ୟ୍ଯକ୍ରମ ରେ ଅଙ୍ଗନବାଡ଼ି ସୁପୋରଭାଇଜର୍, ଅଙ୍ଗନବାଡ଼ି କର୍ମୀ,ଆଶା କର୍ମୀ ଓ ସ୍ୱୟଂ ସହାୟିକା ମହିଳା ଓ ପଞାୟତର କର୍ମୀ, ଜି ଆର୍ ଏସ୍, ଉଷା ଗୌଡ, ଶିଶିର ପାତ୍ର ଉପସ୍ଥିତ ରହି ସୁଭଦ୍ରା ରଥ ଟିକୁ ପୂଜା ଅର୍ଚ୍ଚନା କରି ମୁଖ୍ଯ ଅତିଥି ନଡ଼ିଆ ମାରି ଶୁଭାରମ୍ଭ କରିଥିଲେ। ଉକ୍ତ ସୁଭଦ୍ରା ରଥ ଦୁର୍ଗୀ ପଞ୍ଚାୟତର ସମସ୍ତ ଗ୍ରାମକୁ ଯାଇ ପଞ୍ଚାୟତର ଗାଁ ଗାଁ ବୁଲି ମହିଳା ମାନଙ୍କୁ ସଚେତନତା କରିବା ସହ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ଯୋଗ୍ୟ ହିତାଧିକାରୀ ମହିଳା ଯେପରି ଏହି ଯୋଜନା ରୁ ବଞ୍ଚିତ ନହେବେ ତାହା ଉପରେ ଧ୍ୟାନ ଦେବେ। ରଥ ବୁଲିବା ସମୟରେ ଯେଉଁ ଗାଁ ରଥ ଗଲେ ସେହି ଗାଁର ଅଙ୍ଗନବାଡ଼ି କର୍ମୀ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିବେ ବୋଲି ଏମବିକେ ଶ୍ରୀମତୀ ଶାନ୍ତି ପାଢ଼ୀ ଓ ସବିତା ଗୌଡ ପ୍ରକାଶ କରିଛନ୍ତି ଓ ସଚେତନତା ରଥ ଉଦଘାଟନ ବେଳେ ସ୍ଥାନୀୟ ବିଜେପି କର୍ମକର୍ତ୍ତା ରାଜେଷ୍ ପଣ୍ଡା ,ଚାନ୍ଦ ପଣ୍ଡା,ମନମୋହନ ମହାନ୍ତି ଓ ପିଙ୍କୁ ଗୌଡ ପ୍ରମୁଖ ଉପସ୍ଥିତ ରହିଥିଲେ।

ରାୟଗଡାru ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ