March 13, 2026

ଗଞ୍ଜାମ ର ଗୌରବ ମେଘନାଦ ବେହେରାଙ୍କୁ ଶୁଭେଚ୍ଛାର ସୁଅ 

IMG-20240914-WA0005
Share

ଗଞ୍ଜାମ ,

 

ଗତ 10.9.2024 ଠାରୁ 12.9.2024 ପର୍ଯ୍ୟନ୍ତ ତିନିଦିନ ଧରି

ଉତ୍ତର ପ୍ରଦେଶ ର ରାଜଧାନୀ ଲକ୍ଷନୌ ଠାରେ 73ତମ ସର୍ବଭାରତୀୟ ପୋଲିସ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା -2024 ର 65 କେଜି କେଟେଗୋରି ରେ ଓଡିଶା ପୋଲିସ ବିଭାଗ ତରଫରୁ ଗଞ୍ଜାମ ଥାନା ଅନ୍ତର୍ଗତ ଛତ୍ରପୁର ଓ ଏସ ଅ ପି ଅଷ୍ଟମ ବାଟାଲିୟନର ସିପାହୀ ମେଘନାଦ ବେହେରା ଅଂଶ ଗ୍ରହଣ କରି ଓଡିଶା ପୋଲିସ ପାଇଁ ରୋପ୍ୟ ପଦକ ଜିତି ଗୌରବ ଅର୍ଜନ କରିଛନ୍ତି l ଏହା ପୂର୍ବରୁ ଦୁଇଥର ସର୍ବାଭାରତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେଇଛନ୍ତି l କିନ୍ତୁ କୌଣସି ପଦକ ଲାଭ କରିନଥିଲେ l ବର୍ତ୍ତମାନ ଓଡିଶା ପୋଲିସ ତରଫରୁ ସର୍ବଭାରତୀୟ ସ୍ତରରେ ଭାଗନେଇ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ଜିତିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଚୁଟିବାରେ ଲାଗିଛି l ତାଙ୍କୁ ଓଡିଶା ପୋଲିସ ବିଭାଗ ତରଫରୁ ଅଂଶ ଗ୍ରହଣ କରିବାର ସୁଯୋଗ ଦେଇଥିବାରୁ ଓଡିଶା ପୋଲିସ ବିଭାଗର ସମସ୍ତ ଉପରିସ୍ଥ ବରିଷ୍ଟ ଅଧିକାରୀ ଏବଂ ଅଷ୍ଟମ ବାଟାଲୀୟନ ଛତ୍ରପୁର ଦୁର୍ଗପତି ସାରଦା ପ୍ରସାଦ ଦାସ ତାଙ୍କୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି l(ପ୍ରଦୀପ କୁମାର ପଣ୍ଡା)