June 29, 2024

ଚୁଆଁ ପାଣି ନେଲା ସାଢେ଼ ତିନି ବର୍ଷ ଶିଶୁ ର ଜୀବନ

Share

ଚୁଆଁ ପାଣି ନେଲା ସାଢେ଼ ତିନି ବର୍ଷ ଶିଶୁ ର ଜୀବନ
ବ୍ରାହ୍ମଣୀଗାଁ ତା:୧୪/୯ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ରେ ଏକ ଅଭାବନୀୟ ଘଟଣା ଘଟିଛି, ଗୋଟିଏ ତିନିବର୍ଷ ର ଶିଶୁ ଚୂଆଁ ରେ ବୁଡି ଅକାଳ ମୃତ୍ୟୁ ର ଶିକାର ହୋଇଥିବା ଘଟଣା ରେ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି। ମୃତ ଶିଶୁ ଜଣକ ହେଉଛନ୍ତି ସେହି ଥାନା ଅନ୍ତର୍ଗତ କୁମ୍ଭାରିଗାଁ ପଞ୍ଚାୟତ ର ଗୁଡିକିଆ ଗ୍ରାମର ଦେବେନ୍ଦ୍ର ବଳିଆର ସିଂ ଙ୍କ ପୁଅ ପ୍ରଭାସ ବଳିଆର ସିଂ (ବୟସ ପ୍ରାୟ ସାଢ଼େ ତିନି ବର୍ଷ ), ସୂଚନା ଅନୁଯାୟୀ ଦିନ ପ୍ରାୟ ବାରଟା ବେଳେ ପୁଅ ପ୍ରଭାସ ଘରେ ନଥିବାରୁ ମା ଖୋଜା ଖୋଜି କରୁ କରୁ ଗ୍ରାମ ନିକଟ କୁଟିମା ଚୁଆଁ ରେ ପହଞ୍ଚି ପୁଅର ଭାସୁଥିବା ଶରୀର କୁ ଦେଖିଥିଲେ , ଅଚାନକ ପୁଅର ଏପରି ଅବସ୍ଥା ଦେଖି ତୁରନ୍ତ ଗ୍ରାମବାସୀଙ୍କୁ ଖବର ଦେଇଥିଲେ, ଖବର ପାଇ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଶିଶୁ କୁ ଉଦ୍ଧାର କରି ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚାଇ ଥିଲେ ହେଲେ ଡାକ୍ତର ଶିଶୁଟି ର ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କୁ ଜଣାଇ ଥିଲେ ଏବଂ ଘରକୁ ନେଇଯିବାକୁ କହିଥିଲେ, ପରେ ଗ୍ରାମବାସୀଙ୍କ ସହାୟତା ରେ ପରିବାର ପକ୍ଷରୁ ବ୍ରାହ୍ମଣୀଗାଁ ଥାନା ରେ ଏକ ଲିଖିତ ଅଭିଯୋଗ କରାଯାଇ ଥିବା ବେଳେ ଥାନା କେଶ ନଂ ୨/୨୦୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ନେଇ ଥାନା ଅଧିକାରୀ ଚାପ ଧାରୀ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)