ମାଳି ଜଗନ୍ନାଥ ପୁର ପ୍ରଶିକ୍ଷଣ ଶିବିର —————————————

IMG-20230914-WA0022
Share

ମାଳି ଜଗନ୍ନାଥ ପୁର ପ୍ରଶିକ୍ଷଣ ଶିବିର

—————————————

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳି ଜଗନ୍ନାଥ ପୁର ବାତ୍ୟା ଆଶ୍ରୟ ସ୍ଥଳ ରେ ମହାବାତ୍ୟାର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ୱାର୍ଲଡ ବ୍ୟାଙ୍କ ତରଫରୁ ବାତ୍ୟା ପରବର୍ତ୍ତୀ ପ୍ରସ୍ତୁତି ସମ୍ପର୍କିତ ଏକ ଚଳଚିତ୍ର ପ୍ରସ୍ତୁତି ନିମନ୍ତେ ବିଭିନ୍ନ ସ୍ଥାନରେ ଭିଡ଼ିଓ ରେକର୍ଡ କରାଯାଉଛି l ଗଞ୍ଜାମ ଜିଲ୍ଲାର ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳ ରେ ମକ ଡ୍ରିଲ କାର୍ଯ୍ୟକ୍ରମ ଆୟୋଜିତ କାରାଯାଇଛି l ଏହି ଅବସରରେ 12 ତାରିଖରେ ଭେଙ୍କେଟରାୟପୁର ଠାରେ ସୁନାମୀ ମକ ଡ୍ରିଲ୍ଲ କାର୍ଯ୍ୟକ୍ରମ, 13 ତାରିଖରେ କରପଡା ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ବାତ୍ୟା ସମ୍ପର୍କିତ ମକ ଡ୍ରିଲ୍ଲ ଆୟୋଜିତ ହୋଇଥିବା ବେଳେ ଗୁରବାର ଗଞ୍ଜାମ ବ୍ଲକ ର ମାଲିଜଗନ୍ନାଥପୁର ଠାରେ ଆଶ୍ରୟସ୍ଥଳୀ ସ୍ତରୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣର ରେକର୍ଡ କରାଯାଇଥିଲା l ଆଶ୍ରୟସ୍ଥଳ ସମ୍ପାଦକ ଏମ. ବନମାଳି ଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସନ୍ଧାନ ଓ ଉଦ୍ଧାର, ବିଭିନ୍ନ ପ୍ରକାର ପ୍ରାଥମିକ ଚିକିତ୍ସା,ନିଆଁ ଆୟତ୍ତ କୌଶଳ,ପାଣିରେ ବୁଡିଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର ତାଲିମ କୌଶଳ ଗୁଡ଼ିକୁ ରେକର୍ଡ କରାଯାଇଥିଲା l ଆଜି ସ୍ଥାନୀୟ ସରପଞ୍ଚ ଶ୍ରୀମତି ଚନ୍ଦନା ରେଡି, ସମିତି ସଭ୍ୟ ଜୟକୃଷ୍ଣ ରେଡି ଙ୍କ ସହ ସମୂହ ଗାଁ ର ଲୋକମାନେ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।
ବିଶ୍ବ ବ୍ୟାଙ୍କ ତରଫରୁ ସୁଶ୍ରୀ ରିସୁ ନିଗମ ଓ ସହଯୋଗିଙ୍କ ସହ OSDMA ତରଫରୁ ମେଘନାଦ ବେହେରା ଓ ଦେବେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥତ ଥିଲେ । ଗଞ୍ଜାମ ଜିଲ୍ଲା Nodal NGO କାମଧେନୁ ସେବା ସମିତିର ସମ୍ପାଦକ ଉକ୍ତ ଚଳଚିତ୍ର ପ୍ରସ୍ତୁତିରେ ସଂଯୋଜନା କରିଥିଲେ l