ନୀଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

IMG-20230913-WA0051
Share

ନୀଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ନୀଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ସହରର ସୁବର୍ଣ୍ଣପୁର ଠାରେ ରାଜ୍ୟ ସଭାପତି ଅନିତା ମେହେରଙ୍କ ଅଦ୍ଧକ୍ଷତାରେ ଏକ ସାମ୍ବାଦିକ ସମ୍ବିଳନୀ ଆୟୋଜିତ ହୋଇଯାଇଛି ।ଏହି ବୈଠକରେ ଜନ ଜାଗୃତି ରଥଯାତ୍ରାର ଭବ୍ୟ ସମ୍ବର୍ଦ୍ଧନା , ପରିକ୍ରମା ଓ ସଚେତନତା ସୃଷ୍ଟି ସଂପର୍କରେ ଆଲୋଚନା କରାଯାଇଥିଲା ।ସମାଜ ଗଠନରେ ପ୍ରମୁଖ ଭୂମୀକା ଗ୍ରହଣ କରୁଥିବା ଶିକ୍ଷକମାନଙ୍କୁ ଏକକ ଶିକ୍ଷକ ମାନ୍ୟତା ପ୍ରଦାନ , କେନ୍ଦ୍ରିୟ ହାରରେ ଦରମା ପ୍ରଦାନ ,ଅବସରକାଳୀନ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଆଦି ଦାବି ପୂରଣ ପାଇଁ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜନଜାଗୃତି ରଥଯାତ୍ରା ଉପରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ସଂଘ ପକ୍ଷରୁ ସମସ୍ତ ବର୍ଗର ଶିକ୍ଷକମାନେ ଏହି ଜନଜାଗୃତି ରଥ ପରିକ୍ରମାରେ ସହଯୋଗ କରିବା ପାଇଁ ନିବେଦନ କରାଯାଇଛି ।ଏହି ବୈଠକରେ ବଲାଂଗରି ,ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ପ୍ରାଥମିକ ଶିକ୍ଷକ ମହାସଂଘର ଜିଲ୍ଲା ସଂଘର କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିବା ବେଳେ ଗଣମାଧ୍ୟମର ସହଯୋଗ କାମନା କରିଥିଲେ ରାଜ୍ୟ ସଭାପତି ଅନିତା ମେହେର

You may have missed