ଧର୍ମପ୍ରାଣା ଦେବକୀ ସାହୁ ଙ୍କ ଏକାଦଶାହ ରେ ସ୍ମୃତିଶ୍ରଦ୍ଧାଞ୍ଜଳି
ତିର୍ତ୍ତୋଲ ତା 14/8/2026 ତିର୍ତ୍ତୋଲବ୍ଲକ ତେନ୍ତୁଳିପଦା ଗ୍ରାମର ଜଣାଶୁଣା ସମାଜସେବିକା, ଧର୍ମପ୍ରାଣା ମହିଳା ଦେବକୀ ସାହୁ ଙ୍କ ଏକାଦଶାହ ଉପଲକ୍ଷେ, ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱ୍ୱାବଧାନ ରେ ଏକ ସ୍ମୁତିଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସୁଶାନ୍ତ ସାହୁ, ସନ୍ତୋଷ ସାହୁ, ସଞ୍ଜୟ ସାହୁ, ପୁଷ୍ପାଞ୍ଜଳି ସାହୁ, ଯୁବସମାଜସେଵୀ ନୃସିଂହ ଚରଣ ରାଉଳ, ବେବିନା ସାହୁ, ସ୍ବର୍ଣ୍ଣପ୍ରିୟା ସାହୁ,ସୁଶୀଲ ସାହୁ, ପଞ୍ଚାନନ ବାରିକ, ବିଷ୍ଣୁଚରଣ ସାହୁ, ବନମାଳୀ ସାହୁ, ବିପ୍ଳବ ସାହୁ, ନିକୁଞ୍ଜ ସାହୁ ଓ ଯୁବରାଜ ଖୁଣ୍ଟିଆ ପ୍ରମୁଖ ଯୋଗଦେଇ, ସ୍ବର୍ଗତା ଦେବକୀ ଦେବୀ ଙ୍କ ସହିତ ନିଜନିଜର ଅନୁଭୂତି ଅନୁଭବ ର କଥାକହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏହି ଅବସରରେ ବାବା ଗୋପୀନାଥ ସଙ୍ଗୀତ ସନ୍ଧ୍ୟା ର ସଙ୍ଗୀତନିର୍ଦ୍ଦେଶକ ସୁମନ୍ତ କୁମାର ଦାସ ଙ୍କ ଉପସ୍ଥାପନା ରେ ଏକ ଭକ୍ତିସଙ୍ଗୀତ ଆସର ରେ ଖ୍ୟାତନାମା କଳାକାର ଶିବପ୍ରସାଦ,ସୁଶ୍ରୀ ରାଜଶ୍ରୀ ସ୍ୱାଇଁ ଓ ପ୍ରମୋଦଦାସ ପ୍ରମୁଖ ସଙ୍ଗୀତ ପରିବେଷଣ କରି ଏକ ଭକ୍ତିଭାବମୟ ପରିବେଶ ସୃଷ୍ଟି କରିଥିଲେ l ସାହୁପରିବାରର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମାନେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
